fbpx

ଝରାଫୁଲ ମୃତ୍ୟୁ ମାମଲା : ବୟ୍ ଫ୍ରେଣ୍ଡ୍ ରାକେଶଙ୍କ ସହଯୋଗୀ ଗିରଫ

ଭୁବନେଶ୍ୱର୨୨ ।୪ (ଓଡିଶା ଭାସ୍କର) : ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ୍ ଗିରଫ କରିଛି । ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତ ଶକ୍ତିଶେଖର ଗିରଫ ନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି । ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ । ରମାଦେବୀ ମହିଳା କଲେଜର ଛାତ୍ରୀ ଥିଲେ ଝରାଫୁଲ । ତାଙ୍କ ମୃତ୍ୟୁ ଘଟଣାରେ ଦୁଇ ଜଣ ଆଗରୁ ଗିରଫ ହୋଇଥିବା ବେଳେ ଆଜି ଆଉ ଜଣେ ଗିରଫ ହୋଇଛି । ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶର ସହଯୋଗୀ ଥିଲେ ଶକ୍ତିଶେଖର ସ୍ୱାଇଁ ।

ସୂଚନା ଅନୁସାରେ ୨୭ ତାରିଖ ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା କଡ଼ରୁ ମିଳିଥିଲା । ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା । ମୃତ୍ୟୁର ପୂର୍ବ ରାତିରେ ଝରାଫୁଲ ତାଙ୍କ ସହ ଖଣ୍ଡଗିରି ଧର୍ମବିହାରସ୍ଥିତ ‘ଶିବସାଇ ଗେଷ୍ଟ୍‌ ହାଉସ୍‌’ର ରୁମ୍‌ ନଂ ୨୦୧ରେ ରହିଥିଲେ ବୋଲି ଜେରା ବେଳେ ରାକେଶ କହିଥିଲେ । ଗେଷ୍ଟ ହାଉସ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ ରାକେଶ ଓ ତାଙ୍କ ବନ୍ଧୁ ଶକ୍ତିଶେଖର ସ୍ୱାଇଁ ଝରାଫୁଲଙ୍କୁ ସ୍କୁଟିରେ ବସାଇ ନେଇ ଯାଇଥିବା ଜଣାପଡ଼ିଥିଲା ।

 

Get real time updates directly on you device, subscribe now.