fbpx

ଝାରଖଣ୍ଡ ବିଧାନସଭା ନିର୍ବାଚନ: କଂଗ୍ରେସ ପାଇଁ ଟେନସନ

ରାଞ୍ଚି: ଚଳିତ ଝାରଖଣ୍ଡ ବିଧାନସଭା ନିର୍ବାଚନରେ ଦିଲ୍ଲୀ କଂଗ୍ରେସ ପାଇଁ ଟିକେଟ ଟେନସନ ବଢିବାକୁ ଯାଉଛି । ରାଜ୍ୟର ମୋଟ ୮୧ ବିଧାନସଭା ସିଟ ପାଇଁ ହୋଇଥିବା ଟିକେଟ ଆବେଦନ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ଚିନ୍ତା ବଢାଇ ଦେଇଛିା ମାତ୍ର ୮୧ ଆସନ ପାଇଁ ଅଦ୍ୟାବଧି ହଜାରରୁ ଅଧିକ ଆଶାୟୀ ଆବେଦନ କରିଥିବା ଜଣାପଡିଛି । କେବଳ ଧନବାଦ ସିଟ ପାଇଁ ୬୮ ଆଶାୟୀ ରହିଛନ୍ତି । କିନ୍ତୁ ଦେବଘର ଓ ବରହେଟ ଆସନ ପାଇଁ ଜଣେ ମଧ୍ୟ ଆବେଦନ କରି ନାହାନ୍ତି ।

କଂଗ୍ରେସ ଆଗାମୀ ମତଦାନ ପାଇଁ ୨୮ ଅଗଷ୍ଟ ମଧ୍ୟରେ ନିର୍ବାଚନ ଲଢିବାକୁ ଇଛା ରଖିଥିବା ନେତାଙ୍କୁ ଆବେଦନ ମାଗିଥିଲେ । ତେବେ ଆଶାୟୀଙ୍କ ସଂଖ୍ୟାକୁ ଦେଖି ଏହା ସ୍ପଷ୍ଟ ହେବାରେ ଲାଗିଲାଣି କି, ଦୀର୍ଘ ସମୟ ପରେ ଆଗାମୀ ଝାରଖଣ୍ଡ ନିର୍ବାଚନ ଲଢିବା ପାଇଁ ବହୁ ସଂଖ୍ୟାରେ ଆଶାୟୀ ରହିଛନ୍ତି । ଏପର୍ଯ୍ୟନ୍ତ ହଜାରରୁ ଅଧିକ ଆବେଦକ ସାମ୍ନାକୁ ଆସିଲେଣି । ଏହି ସବୁ ଆବଦେନ ଜିଲ୍ଲା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଆରମ୍ଭ କରିଛି ।

ତେବେ ଧନବାଦ ଆସନରୁ ସବୁଠାରୁ ଅଧିକ ଆଶାୟୀଙ୍କ ଆବେଦନ ହୋଇଥିବା ଦେଖିବାକୁ ମିଳିଛି । କଂଗ୍ରେସରେ ବିଧାନସଭା ପାଇଁ ଆସିଥିବା ଇ-ଆବେଦନ ଉପରେ ନଜର ପକାଇଲେ ଜଣାପଡୁଛିି କି, ବିରୋଧୀଙ୍କ ସିଟ ସହ କଂଗ୍ରେସ କବଜାରେ ଥିବା ସିଟ ଉପରେ ଏକାଧିକ ଆଶାୟୀ ଆଖି ଗଡେଇ ରଖିଛନ୍ତି । ପାକୁଡ ବିଧାନସଭା ସିଟରୁ ପୂର୍ବତନ ମନ୍ତ୍ରୀ ଓ ଜେଲରେ ବନ୍ଦୀ ଥିବା ଆଲମଗିର ଆଲମ ଓ ତାଙ୍କ ପୁଅ ତନବୀର ଆଲମ ମଧ୍ୟ ଆବେଦନ କରିଛନ୍ତି । ସେହିପରି ବରହେଟ ଓ ଦେବଘର ବିଧାନସଭା ସିଟରୁ କଂଗ୍ରେସକୁ ଏଯାବତ୍ ଗୋଟିଏ ମଧ୍ୟ ଆବେଦନ ମିଳିନି । ବରହେଟ ସିଟରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବର୍ତ୍ତମାନ ବିଧାୟକ ଅଛନ୍ତି, ସେହିପରି ଦେବଘର ଆସନରୁ ଆରଜେଡି ନିର୍ବାଚନ ଲଢିଆସୁଛି ।

ଏଠାରେ କହି ରଖୁ କି, ଝାରଖଣ୍ଡ ବିଧାନସଭା ନିର୍ବାଚନ ବିଗତ ନିର୍ବାଚନଠାରୁ ଭିନ୍ନ ହେବାକୁ ଯାଉଛି । କାରଣ ଯଦି ବିଗତ ଥର ପରି ମେଣ୍ଟ ହୁଏ ତେବେ କଂଗ୍ରେସ ଭାଗରେ ମାତ୍ର ୨୫-୩୦ ସିଟ ମିଳିବାର ଅନୁମାନ କରାଯାଉଛି । କାରଣ ଆଗାମୀ ନିର୍ବାଚନରେ ଜେଏମଏମ-କଂଗ୍ରେସ-ଆରଜେଡି ସହ ଲେପ୍ଟ ମଧ୍ୟ ସାମିଲ ହୋଇଛି ।

Get real time updates directly on you device, subscribe now.