fbpx

ଝାଡ଼ଖଣ୍ଡ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ, ବିଧାୟକ ଏବଂ ମନ୍ତ୍ରୀଙ୍କ ବେତନକୁ ନେଇ ବଡ଼ ନିଷ୍ପତ୍ତି, ୫୦% ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବ ଅନୁମୋଦିତ

Advertisement

ରାଞ୍ଚି: ବୁଧବାର ଝାରଖଣ୍ଡ ସରକାର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ବିଧାନସଭା ଅଧ୍ୟକ୍ଷ, ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ସହ ଅନ୍ୟାନ୍ୟ ଭତ୍ତାରେ ୫୦% ବୃଦ୍ଧି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ବନ୍ଦନା ଦଲାରେ ଏହି ନିଷ୍ପତ୍ତିକୁ ସୁନିଶ୍ଚିତ କରିଛନ୍ତି ।

ବିଧାୟକଙ୍କ ବେତନରେ ସର୍ବାଧିକ ୫୦% , ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କର ୨୫% ଏବଂ ୩୧% ବେତନ ବୃଦ୍ଧି ହେବା ନେଇ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ମୂଳ ବେତନ ମାସିକ ୮୦ ହଜାର ଟଙ୍କାରୁ ବୃଦ୍ଧି କରାଯାଇ ୧ ଲକ୍ଷ ଟଙ୍କା କରାଯାଇଛି । ସେହିପରି ମନ୍ତ୍ରୀଙ୍କ ବେତନ ମାସିକ ୬୫ ହଜାର ଟଙ୍କାରୁ ୮୫ ହଜାର ଟଙ୍କା ଏବଂ ବିଧାୟକଙ୍କ ୪୦ ହଜାର ଟଙ୍କାର ୬୦ ହଜାର ଟଙ୍କା କରାଯାଇଛି । ବିଧାନସଭା ଅଧ୍ୟକ୍ଷଙ୍କ ମାସିକ ମୂଳ ବେତନ ୭୮ ହଜାର ଟଙ୍କାରୁ ୯୮ ହଜାର ଟଙ୍କା, ବିରୋଧୀ ଦଳ ନେତାଙ୍କ ବେତନ ୬୫ ହଜାରରୁ ୮୫ ହଜାର ଟଙ୍କା ଏବଂ ମୁଖ୍ୟ ସଚେତକ(Chief Whip)ଙ୍କ ୫୫ ହଜାରରୁ ୭୫ ହଜାର ଟଙ୍କା ପ୍ରତି ମାସ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.