fbpx
BSKY SKY
BSKY SKY

କୌଣସି ମୁହୂର୍ତ୍ତରେ ବି ଗିରଫ ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ; ପହଞ୍ଚିଲେ ମୁଖ୍ୟ ଶାସନ ସଚିବଙ୍କ ସହ ଡିଜିପି

BSKY

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରୁଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କ ସହ ଡିଜିପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଏତଦ୍ ବ୍ୟତୀତ ଜିଲ୍ଲାପାଳ ଓ ଏସଏସପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିବାରୁ ହେମନ୍ତ ସୋରେନଙ୍କୁ ଗିରଫ କରିବା ନେଇ କଳ୍ପନାଜଳ୍ପନା ଜୋର ଧରିଛି। କୌଣସି ମୁହୂର୍ତ୍ତରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିପାରେ ଇଡି । ହେମନ୍ତଙ୍କ ସରକାରୀ ଘର ବାହାରେ ୧୪୪ ଧାରା ଲାଗୁ । ହେମନ୍ତଙ୍କ ଘରେ ମୁଖ୍ୟ ସଚିବ ଓ ଡିଜିପି ଉପସ୍ଥିତ । ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନଙ୍କୁ ଜେରା କରୁଛି ଇଡି ।

 

ସେପଟେ ରାଞ୍ଚିସ୍ଥିତ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ଇଡି କାର୍ଯ୍ୟାଳୟର ୧୦୦ ମିଟର ଭିତରେ ସିଆରପିସିର ଧାରା ୧୪୪ ଲାଗୁ କରାଯାଇଛି।

Get real time updates directly on you device, subscribe now.