fbpx

ଗଣମାଧ୍ୟମ ଶିକ୍ଷାନୁଷ୍ଠାନ ଆଇଆଇଏମ୍‌ସିକୁ ମିଳିଲା ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା

ନୂଆଦିଲ୍ଲୀ: ଭାରତୀୟ ଗଣଯୋଗାଯୋଗ ପ୍ରତିଷ୍ଠାନ (ଆଇଆଇଏମ୍‌ସି)କୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ଏହି ଅନୁଷ୍ଠାନକୁ ଡିମ୍ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବା ଆଇଆଇଏମସି ପାଇଁ ଏକ ସ୍ୱତନ୍ତ୍ର ଓ ଐତିହାସିକ ଦିନ । ସାମ୍ବାଦିକତା, ବିଜ୍ଞାପନ, ଜନସମ୍ପର୍କ ଭଳି ଗଣମାଧ୍ୟମ ବିଭାଗରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଏହି ଅନୁଷ୍ଠାନର ଗୌରବମୟ ଇତିହାସ ରହିଛି । ଗବେଷଣା ଓ ଡକ୍ଟରେଟ୍ କାର୍ଯ୍ୟକ୍ରମ ସହିତ ପାଠ୍ୟକ୍ରମରେ ଅଧିକ ପାଠ୍ୟକ୍ରମ ଯୋଡ଼ାଯାଇପାରିବ ବୋଲି ବିଶ୍ୱବିଦ୍ୟାଳୟ ମାନ୍ୟତା ଏକ ନୂଆ ଆରମ୍ଭ ।

ଆଇଆଇଏମ୍‌ସି ଦିଲ୍ଲୀ ସହ ଏହାର ୫ ଆଞ୍ଚଳିକ କ୍ୟାମ୍ପସକୁ ମାନ୍ୟତା । ଆଇଆଇଏମ୍‌ସିର ୫ ଆଞ୍ଚଳିକ କ୍ୟାମ୍ପସ ମଧ୍ୟରେ ଅଛି ଓଡ଼ିଶାର ଢେଙ୍କାନାଳ । ଆଇଆଇଏମ୍‌ସିରେ ଏଣିକି ଡିଗ୍ରୀ ଓ ପିଏଚ୍‌ଡି ପାଠ୍ୟକ୍ରମ ଉପଲବ୍ଧ ହେବ । ଏହି ନିଷ୍ପତ୍ତି ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶିକ୍ଷାମନ୍ତ୍ରୀ ଡ. ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.