fbpx

ବଡ଼ଖବର: ଆର ପାରିରେ ଶିକ୍ଷାମନ୍ତ୍ରୀ, ମନ୍ତ୍ରୀଙ୍କ ଦେହାନ୍ତକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କହିଲେ ଲୋକପ୍ରିୟ ନେତାଙ୍କୁ ….

ନୂଆଦିଲ୍ଲୀ: ଗୁରୁବାର ଦିନ ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନ୍ନାଥ ମହୋତୋଙ୍କ ଦେହାନ୍ତ ହୋଇଛି। ଚେନ୍ନାଇରେ ଚିକିତ୍ସା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ ଅପୂରଣୀୟ କ୍ଷତି ବୋଲି ଟ୍ୱିଟ୍ କରିଛନ୍ତି! ଆମର ଟାଇଗର ଜଗରନ୍ନାଥ ଦା ଆଉ ନାହାଁନ୍ତି ! ଆଜି ଝାଡଖଣ୍ଡ ଏହାର ଜଣେ ମହାନ ଆନ୍ଦୋଳନକାରୀ, ଯୁକ୍ତିତର୍କ, ପରିଶ୍ରମୀ ତଥା ଲୋକପ୍ରିୟ ନେତାଙ୍କୁ ହରାଇଛି । ଚେନ୍ନାଇରେ ଚିକିତ୍ସା ସମୟରେ ମନ୍ତ୍ରୀଙ୍କର ଦେହାନ୍ତ ହୋଇଛି। ଭଗବାନତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।

ସୂଚନାମୁତାବକ ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ତାଙ୍କୁ ରାଞ୍ଚିରୁ ଚେନ୍ନାଇକୁ ବିମାନ ଉଡ଼ାଣ କରାଯାଇଥିଲା। ଚେନ୍ନାଇରେ ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ହୋଇଛି। ଚେନ୍ନାଇର MGM ରେ ସକାଳ ୬:୩୦ ରେ ଜଗରନ୍ନାଥ ମହୋତୋଙ୍କର ଦେହାନ୍ତ ହୋଇଛି । ଏହି ଘଟଣା ଶୁଣିବା ପରେ ମେଡିକାଲଙ୍କୁ ମନ୍ତ୍ରୀ ମାନଙ୍କ ସୁଅ ଛୁଟିବାରେ ଲାଗିଛି ।

Get real time updates directly on you device, subscribe now.