୫୯୯ ଟଙ୍କାରେ ଜିଓ, ଏୟାରଟେଲ ଏବଂ ବିଏସଏନଏଲ ପ୍ଲାନର ବମ୍ପର ଫାଇଦା, ଜାଣନ୍ତୁ କେଉଁଟା ସବୁଠୁ ଭଲ

ଅଳ୍ପ ମୂଲ୍ୟରେ ବେଷ୍ଟ ପ୍ଲାନ ଖୋଜୁଥିଲେ, ଏହି ପ୍ଲାନ ସବୁଠୁ ଲାଭଦାୟକ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଭଲ ଇଣ୍ଟରନେଟ ସ୍ପିଡ, କଲିଂ ଏବଂ ଓଟିଟି କଣ୍ଟେଣ୍ଟକୁ ଖୋଜୁଛନ୍ତି। ଏହାରି ମଧ୍ୟରେ ଜିଓ, ଏୟାରଟେଲ ଏବଂ ବିଏସଏନଏଲ ନିଜ-ନିଜର ୫୯୯ ଟଙ୍କିଆ ପ୍ଲାନରେ ଧମାକାଦାର ଫାଇଦା ଦେବା ଆରମ୍ଭ କରିଦେଇଛନ୍ତି। ଯଦି ଆପଣ ବି ଭାବୁଛନ୍ତି ଯେ, ଏତିକି କମ ମୂଲ୍ୟରେ କେଉଁ ପ୍ଲାନ ସବୁଠୁ ଉତ୍ତମ, ତେବେ ଏହି ଖବର ଆପଣଙ୍କ ପାଇଁ।

ଜିଓ: ୫୯୯ AirFiber ପ୍ଲାନରେ ୟୁଜର୍ସଙ୍କୁ ୩୦ Mbpsର ସ୍ପିଡ ସହ ୧୦୦୦ଜିବି ହାଇ ସ୍ପିଡ ଡାଟା, ଅନଲିମିଟେଡ ଫ୍ରୀ କଲିଂ, ୮୦୦ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ଏବଂ ୧୧ଟି ପ୍ରିମିୟମ ଓଟିଟି ଆପ୍ସ JioCinema, Zee5, SonyLIV, SunNXT, Discovery+, Hoichoi, ALTBalaji, Eros Now, Lionsgate Play, ShemarooMe ଏବଂ ETV Winର ଆକ୍ସେସ ମିଳୁଛି।

ଏହି ପ୍ଲାନର ଜିଏସଟି ମିଶି ସମୁଦାୟ ୭୦୬.୮୨ ହେଉଛି। ଏହା ସେଇ ଲୋକଙ୍କ ପାଇଁ ଶାନଦାର ବିକଳ୍ପ, ଯିଏ ଡାଟା, କଲିଂ, ଟିଭି ଏବଂ ଓଟିଟିର ଭରପୁର କମ୍ବୋ ଗୋଟିଏ ପ୍ଲାନରେ ଚାହୁଁଛନ୍ତି।

ଏୟାରଟେଲ: ଏୟାରଟେଲର ୫୯ପ୍ଲାନ ମଧ୍ୟ ୩୦ ଏମବିପିଏସ ସ୍ପିଡ ସହ ଆସୁଛି, ହେଲେ ଏଥିରେ ଡାଟାର କୌଣସି ଲିମିଟ ନାହିଁ, ଅର୍ଥାତ Truly Unlimited ଡାଟା ମିଳିଥାଏ।

ଏଥିସହ ୟୁଜର୍ସଙ୍କୁ Zee5, Disney+ Hotstar, Amazon Prime Video,  SonyLIV, Voot, Eros Now, Hungama Play ସମେତ ୨୫ରୁ ଅଧିକ ପ୍ରମିୟମ ଓଟିଟି ଆପ୍ସ ଏବଂ ୩୫୦ରୁ ଅଧିକ ଟିଭି ଚ୍ୟାନେଲ୍ସର ଆକ୍ସେସ ମିଳିଥାଏ। ଏହି ପ୍ଲାନରେ ମଧ୍ୟ ୧୮% ଜିଏସଟି ଅଲଗା ପେମେଣ୍ଟ ହୋଇଥାଏ।

ବିଏସଏନଏଲ: ବିଏସଏନଏଲ ୫୯୯ ପ୍ରିପେଡ ପ୍ଲାନ ମୋବାଇଲ ୟୁଜର୍ସଙ୍କ ପାଇଁ ଅଟେ, ଯେଉଁଥିରେ ୮୪ ଦିନର ବୈଧତା ମିଳିଥାଏ। ଏଥିରେ କୌଣସି ମଧ୍ୟ ନେଟୱର୍କରେ ଅନଲିମିଟେଡ ଫ୍ରୀ କଲିଂ ଏବଂ ଦିଲ୍ଲୀ-ମୁମ୍ବାଇ ସମେତ ସାରା ଦେଶରେ ଫ୍ରୀ ନେସନାଲ ରୋମିଂ ମିଳିଥାଏ। ଜିଏସଟି ଜୋଡ଼ାଯିବା ପରେ ଏହାର ମୂଲ୍ୟ ଆହୁରି ଅଧିକ ବଢିପାରେ।

ଯଦି ଆମେ ତୁଳନା କରିବା ତେବେ ଜିଓର ପ୍ଲାନ କମ୍ବୋ ଅଫରରେ ବେଷ୍ଟ। ଏୟାରଟେଲର ପ୍ଲାନ ଓଟିଟି ଲଭର୍ସଙ୍କ ପାଇଁ ଶାନଦାର ବିକଳ୍ପ। ସେହିପରି ବିଏସଏନଏଲର ପ୍ଲାନ ଲମ୍ବା ବୈଧତା ଏବଂ ଫ୍ରୀ କଲିଂ ରହିଛି।