fbpx

ରିଲାଲନ୍ସ JIOର ବଡ଼ ପ୍ରସ୍ତୁତି, ସାଟେଲାଇଟରୁ ମିଳିବ 100 Gbpsର ଇଣ୍ଟରନେଟ ସ୍ପିଡ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ସୋମବାର ଏହାର ଉପଗ୍ରହଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ବିଷୟରେ ଘୋଷଣା କରିଛି । କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ଯେ ଜିଓ ପ୍ଲାଟଫର୍ମ ଲିମିଟେଡ SES ସହ ସହଭାଗିତାରେ ସାଟେଲାଇଟଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ‘ଜିଓ ସ୍ପେଶ ଟେକ୍ନାଲୋଜୀ ଲିମିଟେଡ’ ପ୍ରସ୍ତୁତ କରିଛି । ସୂଚନାଯୋଗ୍ୟ, SES ହେଉଛି ଏକ ଉପଗ୍ରହଭିତ୍ତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନୀ ।

ତେବେ ଏହି ମିଳିତ ଉଦ୍ୟୋଗର ନେଟୱର୍କ ଏସଇସିର ଉପଗ୍ରହ ଦ୍ୱାରା ପରିଚାଳିତ ହେବ । ଦୂରଦୂରାନ୍ତ ଦୁର୍ଗମ କ୍ଷେତ୍ରରେ ମଧ୍ୟ ମିଳିବ ବ୍ରଡବ୍ୟାଣ୍ଡ ସେବା । ଜିଓ ପାଖରେ ୫୧% ଏବଂ ଏସଇଏସ ପାଖରେ ୪୯% ସେୟାର ରହିବ । ଉପଗ୍ରହଭିତ୍ତିକ ପ୍ରଯୁକ୍ତିର ବ୍ୟବହାର କରି ଦ୍ରୁତଗାମୀ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରାଯାଇପାରିବ । ମଲଟି ଗିଗାବିଟ୍ ଲିଙ୍କରୁ ଭାରତ ସମେତ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ସଂଯୋଗ କରାଯିବ । ବ୍ୟବସାୟିକ, ମୋବାଇଲ ଏବଂ ଖୁଚୁରା ଗ୍ରାହକଙ୍କୁ ମଧ୍ୟ ସଂଯୋଗ ଯାଇପାରିବ । ଏସଇଏସ ୧୦୦ ଜିବିପିଏସ କ୍ଷମତା ଯୋଗାଇବ । ଏହାକୁ ଜିଓ ନିଜର ମଜଭୁତ ବିକ୍ରୟ ନେଟୱର୍କ ଦ୍ୱାରା ବିକ୍ରି କରିବ । ଆଗାମୀ କିଛି ବର୍ଷରେ ପ୍ରାୟ ୧୦୦ ନିୟୁତ ଡଲାରରେ ଗେଟୱେ ଏବଂ ଉପକରଣ କିଣିବ ଜିଓ ।

ତେବେ ଜିଓର ଏହି ନୂଆ କ୍ଷେତ୍ରରେ ପ୍ରବେଶ କରିବାର ଦ୍ୱାରା ଇଣ୍ଟରନେଟ୍ ଦୁନିଆରେ ବଡ଼ ଧମାକା କରିବା ପାଇଁ ପ୍ରସ୍ତୁତ । ଏହା ପୂର୍ବରୁ ଏୟାରଟେଲ ମଧ୍ୟ ଏହି କ୍ଷେତ୍ରରେ ହ୍ୟୁଗସ କମ୍ୟୁନିକସେନ ସହ ମିଶି କାମ କରୁଛି ।

Get real time updates directly on you device, subscribe now.