fbpx

୧୨୩ ଟଙ୍କା ରିଚାର୍ଜ କଲେ ୨୮ ଦିନ ପାଇଁ ଅନଲିମିଟେଡ୍ କଲିଂ ସୁବିଧା: ଲଞ୍ଚ ହେଲା Jio Bharat J1 ହ୍ୟାଣ୍ଡସେଟ୍

ନୂଆଦିଲ୍ଲୀ: ନିକଟରେ ଟେଲିକମ୍ କମ୍ପାନୀମାନେ ସେମାନଙ୍କର ପ୍ଲାନ୍ସ ଦର ବୃଦ୍ଧି ଘୋଷଣା କରିଥିଲେ । ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଫାଫୋନ ନିଜ ନିଜର ରିଚାର୍ଜ ପ୍ଲାନର ଦାମ୍ ବଢ଼ାଇଥିଲେ । ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଦାମ୍ ଦେବାକୁ ପଡ଼ୁଛି । ତେବେ ଏହା ମଧ୍ୟରେ ଜିଓ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଗ୍ରାହକମାନେ ମାତ୍ର ୧୨୩ଟି ଟଙ୍କାର ରିଚାର୍ଜ କରି ୨୮ ଦିନ ପର୍ଯ୍ୟନ୍ତ ଅସୀମିତ କଲ୍ କରିପାରିବେ । ଅନଲିମିଟେଡ୍ କଲିଂ ପାଇଁ ଗ୍ରାହକମାନେ ପୂର୍ବରୁ ପ୍ଲାନରେ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଏବେ ସେଥିରୁ ମୁକ୍ତି ମିଳିବ ।

ଖବର ମୁତାବକ, ଜିଓ ଭାରତ ଜେ୧ ୪ଜି ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହା ଏକ ୫ଜି କୀପ୍ୟାଡ ଫୋନ୍ ହୋଇଥିବା ବେଳେ ଏଥିରେ ନୂଆ ଡିଜାଇନ ଓ ଫିଚର୍ସ ସାମିଲ ରହିଛି । ଗତବର୍ଷ କମ୍ପାନୀ ଏହାକୁ ଭାରତରେ ଲାଇନଅପ୍ କରିଥିବା ବେଳେ ପରେ ଭାରତ ଭି୨ ଓ ଜିଓ ଭାରତ ଭି୨ କାର୍ବକୁ ଲଞ୍ଚ କରିଥିଲା । ଏହାପରେ କମ୍ପାନୀ ଏରେ ଜିଓ ଭାରତ ବି’କୁ ମଧ୍ୟ ଲଞ୍ଚ କରିଥିଲା । ଏବେ କମ୍ପାନୀ ଜିଓ ଭାରତ ଜେ୧ ୪ଜି ଲଞ୍ଚ କରିଛି ।

ଏହି ହ୍ୟାଣ୍ଡସେଟରେ ଜିଓ ଆପର ସମସ୍ତ ସେବା ମିଳିବ । ଏଥିସହିତ ୟୁପିଆଇ ନେଣଦେଣ ପାଇଁ ଜିଓ ପେ, କଣ୍ଟେଣ୍ଟ ଷ୍ଟିମିଂ ପାଇଁ ଜିଓ ସିନେମାର ବିକଳ୍ପ ମଧ୍ୟ ଉପଲବ୍ଧ ରହିଛି । ଏହାର ମଧ୍ୟ ୧୭୯୯ ଟଙ୍କାର ରଖାଯାଇଥିବା ବେଳେ ଏହା ସିଙ୍ଗଲ ବ୍ଲାକ/ ଗ୍ରେ କଲରରେ ଆସିବ । ଏହି ଫୋନରେ ୨.୮ ଇଞ୍ଚର ଡିସପ୍ଲେ, ୨୫୦୦ ଏମଏଏଚର ବଡ଼ ବ୍ୟାଟେରୀ ରହିଛି । ଏହା ଏକ ଲକ୍ ଡିଭାଇସ ହୋଇଥିବା ବେଳେ ଏଥିରେ କେବଳ ଜିଓ ସିମ୍ ଉପଯୋଗ କରିପାରିବେ । ସବୁଠାରୁ ଖାସ୍ କଥା ହେଉଛି ଗ୍ରାହକମାନେ ଜିଓ ଭାରତ ଜେ୧କୁ ୧୨୩ ଟଙ୍କାରେ ୨୮ ଦିନ ପାଇଁ ରିଚାର୍ଜ କରିପାରିବେ । ସେଥିରେ ଆପଣଙ୍କୁ ମାସକୁ ଅନଲିମିଟେଡ୍ କଲିଂ ଓ ୧୪ ଜିବିର ଇଣ୍ଟରନେଟ ଡାଟା ମିଳିବ ।

Get real time updates directly on you device, subscribe now.