fbpx

ଆସିଲା ଜିଓର ଶସ୍ତା ରିଚାର୍ଜ ଫ୍ୟାମିଲି ପ୍ଲାନ, ଗୋଟିଏ ପ୍ଲାନରେ ୪ ଜଣଙ୍କୁ ମିଳିବ ଅନଲିମିଟେଡ୍ କଲ୍ ଓ ଡାଟା

ଜିଓର ବିଭିନ୍ନ ରିଚାର୍ଜ ପ୍ଲାନ ଗ୍ରାହକଙ୍କ ଲାଗି ମହଜୁଦ ରହିଛି ଯାହା ଅଲଗା ଅଲଗା ପ୍ରାଇସ୍ ସେଗମେଣ୍ଟ ଓ ସୁବିଧା ସହ ଆସିଥାଏ । ଆଜି ଆମେ ଜିଓର ଏପରି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଗୋଟିଏ ପ୍ଲାନରେ ୪ ଜଣ ଲୋକଙ୍କୁ ସୁବିଧା ମିଳିବ । ଜିଓ ଏହାର ଏକ ଖାସ୍ ପ୍ଲାନ ଜରିଆରେ ପୁରା ପରିବାରକୁ ଅନଲିମିଟେଡ୍ ଡାଟା, ଏସଏମଏସ୍, କଲ୍ ଆଦିର ସୁବିଧା କିଛି ସର୍ତ୍ତ ସହିତ ପ୍ରଦାନ କରୁଛି ।

ରିଲାଏନ୍ସ ଜିଓର ୩୯୯ ଟଙ୍କାର ଏକ ଖାସ୍ ପ୍ଲାନ ମହଜୁଦ ଅଛି । ଏହି ପୋଷ୍ଟପେଡ୍ ପ୍ଲାନରେ ୟୁଜରକୁ ଥ୍ରୀ ସିମ୍ ଆଡ ଅନ୍ ସୁବିଧା ମିଳିବ । ଫଳରେ ପରିବାରର ୪ ଜଣ ସଦସ୍ୟ କିମ୍ବା ୪ ଜଣ ବନ୍ଧୁ ମିଶି କରି ଏହାର ଫାଇଦା ଉଠାଇ ପାରିବେ । କିନ୍ତୁ ଏଥିରେ ୟୁଜର୍ସ ସିମ ଆଡ ଅନ କରିବାକୁ ପ୍ରତି ମାସରେ ୯୯ ଟଙ୍କା ଏକ୍ସଟ୍ରା ଚାର୍ଜ ଦେବାକୁ ହେବ । ଏହା ବ୍ୟତିତ ଜିଏସଟିକୁ ମଧ୍ୟ ଏହା ସହିତ ଯୋଡା ଯିବ ।

ଜିଓର ଏହି ପ୍ଲାନରେ ୟୁଜର୍ସଙ୍କ ୭୫ ଜିବି ଇଣ୍ଟରନେଟ ଡାଟା ମିଳିବ । ଏକ ସିମ୍ ଆଡ ଅନ୍ କରିବା ଦ୍ୱାରା ୟୁଜର୍ସଙ୍କୁ ୫ ଜିବି ଏକ୍ସଟ୍ରା ଡାଟା ବି ମିଳିବ । ଜିଓର ଏହି ପ୍ଲାନ ପୋଷ୍ଟପେଡ୍ ଅଟେ । ଏହା ୩୧ ଦିନ ପର୍ଯ୍ୟନ୍ତ ବୈଧ ରହିବ । ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସୁବିଧା ବି ରହିଛି । ଏହି ପ୍ଲାନରେ ୪ ଜଣ ଲୋକଙ୍କୁ ଅନଲିମିଟେଡ୍ କଲିଂ ସୁବିଧା ମିଳିବ । ଏହା ସହିତ ସମସ୍ତ ୪ ଜଣ ୟୁଜର୍ସଙ୍କୁ ଦୈନିକ ୧୦୦ ଏସଏମଏସ୍ ସୁବିଧା ବି ମିଳିବ ।

 

Get real time updates directly on you device, subscribe now.