fbpx

ଜିଓ ଲଞ୍ଚ କଲା ନ୍ୟୁ ଇୟର ପ୍ଲାନ୍‌, ୨୪ ଦିନ ପର୍ଯ୍ୟନ୍ତ ମାଗଣାରେ ଚାଲିବ ଫୋନ୍‌

ନୂଆଦିଲ୍ଲୀ:  ପ୍ରତିବର୍ଷ ଜିଓ ନୂଆ ନୂଆ ପ୍ଲାନ ଓ ଅଫର ଲଞ୍ଚ କରିଥାଏ । ଚଳିତ ବର୍ଷ ବି କମ୍ପାନୀ ନୂଆ ଅଫର ଲଞ୍ଚ କରିଛି । କମ୍ପାନୀ ଏହାର ନୂଆ ଅଫରରେ ଗ୍ରାହକଙ୍କୁ ୨୪ ଦିନର ଏକ୍ସଟ୍ରା ଭାଲିଡିଟି ପ୍ରଦାନ କରୁଛି । ଏହି କ୍ରମରେ ଆସନ୍ତୁ ଜାଣିବା ଏହାର ମୂଲ୍ୟ ଓ ସୁବିଧା ବିଷୟରେ ।

ଏହି ନୂଆ ଅଫରରେ ଆପଣଙ୍କୁ ୨,୯୯୯ଟଙ୍କାରେ ରିଚାର୍ଜ କରିବାକୁ ପଡିବ । ଏହା ଏକ ବର୍ଷିକିଆ ପ୍ରିପେଡ୍ ପ୍ଲାନ୍ । ଏଥିରେ ଆପଣଙ୍କୁ ୨୪ ଦିନର ଏକ୍ସଟ୍ରା ଭାଲିଡିଟି ବି ମିଳିବ । ଏପରି ସ୍ଥିତିରେ ୟୁଜର୍ସଙ୍କୁ ୧୩ ମାସ ପର୍ଯ୍ୟନ୍ତ ରିଚାର୍ଜ କରିବାର କୌଣସି ଟେନସନ ନେବାକୁ ହେବ ନାହିଁ । ଏହି ପ୍ଲାନରେ ଦୈନିକ ୨.୫ଜିବି ଡାଟା ସହିତ ମୋଟ ୯୧୨.୫ ଜିବି ଡାଟା ମିଳିବ । ଏହି ପ୍ଲାନରେ ୟୁଜର୍ସଙ୍କୁ ଦୈନିକ ୧୦୦ଏସଏମଏସ୍ ମିଳିବ । ଏହା ସହିତ ଅନଲିମିଟେଡ୍ କଲିଂ ଫାଇଦା ବି ମିଳିବ । ଅନ୍ୟ ରିଚାର୍ଜ ପ୍ଲାନ ପରି ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡ୍ ବି ଆକ୍ସେସ୍ କରିପାରିବେ ।

Get real time updates directly on you device, subscribe now.