Jioର କୋଟି କୋଟି ୟୁଜର୍ସଙ୍କୁ ନୂଆ ବର୍ଷ ଉପହାର, ଲଞ୍ଚ କଲା ଲମ୍ବା ଭ୍ୟାଲିଡିଟିର ନୂଆ ପ୍ଲାନ

ନୂଆଦିଲ୍ଲୀ: ଜିଓ ପୁଣିଥରେ ନିଜ କୋଟି କୋଟି ୟୁଜର୍ସଙ୍କୁ ଖୁସି ଖବର ଦେଇଛି। ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ ନୂଆ ହାପି ନ୍ୟୁ ଇୟର ୱେଲକମ ପ୍ଲାନ ଲଞ୍ଚ କରିଛି, ଏହି ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ କଲିଂ ସହ ଅନଲିମିଟେଡ୍ ୫ଜି ଡାଟା ସମେତ ଅନେକ ଦମାଦର ଲାଭ ମିଳୁଛି। ଜିଓର ଏହି ପ୍ଲାନ ୨୦୦ ଦିନର ଲମ୍ବା ଭ୍ୟାଲିଡିଟି ସହ ଆସିଥାଏ। ଏହା ଦ୍ୱାରା ୟୁଜର୍ସଙ୍କୁ ନିଜର ଜିଓ ନମ୍ବର ବାରମ୍ବାର ରିଚାର୍ଜ କରିବାକୁ ପଡିବନି।

ଜିଓର ଏହି ରିଚାର୍ଜ ପ୍ଲା ୨୦୨୫ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଛି। କମ୍ପାନୀ ଏହି ଖାସ ପ୍ଲାନର ମୂଲ୍ୟ ନୂଆ ବର୍ଷ ହିସାବରେ ରଖିଛି। ଏହି ପ୍ଲାନରେ ମିଳୁଥିବା ବେନିଫିଟ୍ସ କଥା କହିଲେ, ୟୁଜର୍ସଙ୍କୁ ଏହି ଲମ୍ବା ଭ୍ୟାଲିଡିଟିର ରିଚାର୍ଜ ପ୍ଲାନରେ ଡେଲି ୨.୫ଜିବି ହାଇ ସ୍ପିଡ୍ ଇଣ୍ଟରନେଟ ଡାଟାର ଲାଭ ମିଳିଥାଏ। ଏହି ପ୍ଲାନ ୨୦୦ ଦିନର ଭ୍ୟାଲିଡିଟି ସହ ଆସିଥାଏ, ଯେଉଁ କାରଣରୁ ୟୁଜର୍ସଙ୍କୁ ସମୁଦାୟ ୫୦୦ ଜିବି ହାଇ ସ୍ପିଡ ଡାଟାର ଲାଭ ମିଳିବ। ଜିଓ ଏହି ୱେଲକମ ଅଫର ୧୧ ଡିସେମ୍ବର ଅର୍ଥାତ ଆଜିଠାରୁ ୧୧ ଜାନୁଆରୀ ପର୍ଯ୍ୟନ୍ତ ଉପଲବ୍ଧ ରଖିବ।

୫ଜି ସ୍ମାର୍ଟଫୋନ ୟୁଜର୍ସଙ୍କୁ ଏହି ପ୍ଲାନରେ ଅନଲିମିଟେଡ ୫ଜି ଡାଟାର ଲାଭ ମିଳିବ। ଜିଓର ଅନ୍ୟ ରିଚାର୍ଜ ପ୍ଲାନ ପକ୍ଷରୁ ଏଥିରେ ମଧ୍ୟ ୟୁଜର୍ସଙ୍କୁ ସାରା ଭାରତରେ କୌଣସି ମଧ୍ୟ ନମ୍ବରରୁ କଲ୍ କରିବା ଲାଗି ଫ୍ରୀ କଲିଂ ଏବଂ ନେସନାଲ ରୋମିଂର ଲାଭ ମିଳିବ। ଏତିକି ନୁହେଁ, ଏହି ପ୍ଲାନରେ ୟୁଜର୍ସଙ୍କୁ AJIO, Swiggy ସମେତ ଅନେକ ଫୁଡ ଏବଂ ସିକ୍ୟୁରିଟି ଆପ୍ସର ଫ୍ରୀ ସବସ୍କ୍ରିପସନ ମଧ୍ୟ ମିଳିବ।