fbpx

ଜିଓ ଲଞ୍ଚ୍ କଲା ନୂଆ 4G ଫୋନ୍‌, ଭିଡିଓ କଲିଂ, UPI ପେମେଣ୍ଟ ଇତ୍ୟାଦି ସୁବିଧା ଉପଲବ୍ଧ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌(RIL) ଏକ ନୂଆ ବଜେଟ୍ ଫ୍ରେଣ୍ଡଲି 4G ଫିଚର ଥିବା ଫୋନ୍ ଲଞ୍ଚ୍ କରିଛି । ଏହା ହେଉଛି JioPhone Prima 2 । ଯାହା 512MB RAM ଏବଂ 4GB ଇଣ୍ଟରନାଲ ଷ୍ଟୋରେଜ ସହ କ୍ୱାଲକମ୍ ଚିପ୍‌(Qualcomm Chip) ଦ୍ୱାରା ଚାଳିତ । କୌଣସି ଥାର୍ଡ ପାର୍ଟି ଆପ୍ ବିନା JioPhone Prima 2 ଏହାର ପୂର୍ବ ମଡେଲ ତୁଳନାରେ ସିଧାସଳଖ ଭିଡିଓ କଲିଂ କରିବାରେ ସକ୍ଷମ ।

JioPhone Prima 2ରେ କ’ଣ ଫିଚର ରହିଛି

ଜିଓ ଦ୍ୱାରା ଇଣ୍ଟ୍ରୋଡ୍ୟୁସ୍ କରାଯାଇଥିବା ଏହି ଲେଟେଷ୍ଟ 4G ଫୋନର ମୂଲ୍ୟ ୨, ୭୯୯ ଟଙ୍କା ରହିଛି । ଏହି ଫୋନ୍ କ୍ୟାଣ୍ଡି ବାର୍ ଷ୍ଟାଇଲ ଡିଜାଇନରେ ଉପଲବ୍ଧ ଯାହା ସହଜରେ 2000 mAh ବ୍ୟାଟେରୀ ବଦଳାଇବାରେ ସକ୍ଷମ । ଏହି ଫୋନରେ ଗୋଟିଏ ସେଲ୍ଫି କ୍ୟାମେରା ଏବଂ ଗୋଟିଏ ବ୍ୟାକ୍ କ୍ୟାମୋରା ରହିଛି । ସାମ୍ନାରେ ଥିବା ସେଲ୍ଫି କ୍ୟାମେରାରେ ଭିଡିଓ କଲିଂ ସୁବିଧା ମଧ୍ୟ ରହିଛି । KaiOS ଦ୍ୱାରା ସଂଚାଳିତ ଏହି ଫୋନରେ ୟୁଟ୍ୟୁବ୍‌, ଗୁଗୁଲ ଆସିଷ୍ଟାଣ୍ଟ, ଫେସବୁକ୍‌, ଜିଓ ପେ, ଜିଓ ସିନେମା ଏବଂ ଜିଓ ଚାଟ୍ ଭଳି ଆପ୍ ସୁବିଧା ମଧ୍ୟ ଉପଲବ୍ଧ । ଏଥିରେ ୨୩ଟି ବିଭିନ୍ନ ଭାରତୀୟ ଭାଷାର ସପୋର୍ଟ ମଧ୍ୟ ରହିଛି । ନିକଟରେ ମେଟା KaiOSରୁ ହ୍ୱାଟ୍ସଆପ୍ ସପୋର୍ଟ ହଟାଇଥିବାରୁ ଫୋନରେ ଏହି ସୁବିଧା ନାହିଁ । JioPhone Prima 2ର ଅନ୍ୟ ବୈଶିଷ୍ଟ୍ୟତା ହେଉଛି ଏହାର curved finish ସହ 2.4 ଇଞ୍ଚର ଡିସପ୍ଲେ, 3.5mm ହେଡଫୋନ୍ ଜ୍ୟାକ୍‌, ଏକ microSD କାର୍ଡ଼ ସ୍ଲଟ୍‌, LED ଟର୍ଚ୍ଚ ଏବଂ FM ରେଡିଓ ସପୋର୍ଟ ରହିଛି ।

JioPhoneର ଅନ୍ୟ ଭାରିଆଣ୍ଟ ଭଳି Prima 2 କେବଳ ଜିଓ ନେଟୱାର୍କ(କେବଳ 4G) ସହ କମ୍ପାଟିବଲ । ଜିଓ ଫୋନ୍ ପାଇଁ ସ୍ପେଶାଲ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି ଜିଓ । ଏଥିରେ ୯୧ଟଙ୍କାର ରିଚାର୍ଜରେ ୟୁଜର୍ସଙ୍କୁ ୨୮ ଦିନ ପାଇଁ ଦୈନିକ 100MB ଡାଟା ସହ ଅନଲିମିଟେଡ୍ କଲିଂ ସୁବିଧା ରହିଛି । ଏହା ବ୍ୟତୀତ ଜିଓର ୧୫୨ ପ୍ଲାନ୍ ରହିଛି ଯେଉଁଥିରେ ୨୮ ଦିନ ପାଇଁ ଦୈନିକ 4Gର ଅଧ GB ଡାଟା ମିଳିଥାଏ । ବାର୍ଷିକ ପ୍ଲାନ୍ ଅନ୍ତର୍ଗତ ୮୯୫ଟଙ୍କା ରିଚାର୍ଜରେ ୨୮ ଦିନ ପାଇଁ 2GB ଡାଟା ସହ ୩୩୬ ଦିନର ଭାଲିଡିଟି ଉପଲବ୍ଧ ।

Get real time updates directly on you device, subscribe now.