fbpx

Jioର ଜବରଦସ୍ତ ଅଫର୍! ୧୫ ଦିନ ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ ସହ ମିଳିବ ଏହି ସୁବିଧା

Advertisement

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ରିଲାଏନ୍ସ ଜିଓ ଜବରଦସ୍ତ ଅଫର ଘୋଷଣା କରିଛି । ଏହା ଭାରତୀୟଙ୍କୁ ଅନେକ ଫାଇଦା ଆଣିଦେଇଛି । ଏଥିରେ ୨୯୯୯ ଟଙ୍କା ରିଚାର୍ଜ ପ୍ଲାନ୍ ସହ ‘ଜିଓ ଫ୍ରିଡମ୍ ଅଫର’, ୭୫୦ ଟଙ୍କା ପାଇଁ ଏକ ସ୍ୱତନ୍ତ୍ର ‘୯୦ର ଅନଲିମିଡେଟ ପ୍ଲାନ୍’ ଏବଂ ‘ହର ଘର ତ୍ରିରଙ୍ଗା, ହର ଘର ଜିଓ ଫାଇବର’ ଅଫର ସାମିଲ ରହିଛି, ଯାହା ୧୫ ଦିନର ସୁବିଧା ସହିତ ଅନେକ ସୁବିଧା ଦେଉଛି ।

‘ହର ଘର ତ୍ରିରଙ୍ଗା, ହର ଘର ଜିଓ ଫାଇବର’ ଅଫର :-
ଜିଓ ଫାଇବର ସ୍ୱାଧୀନତା ଦିବସର ଅଫର – ‘ହର ଘର ତ୍ରିରଙ୍ଗା, ହର ଘର ଜିଓ ଫାଇବର’ ସେହି ନୂଆ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ନୂଆ ଜିଓ ଫାଇବର କନେକ୍ସନ କିଣିଛନ୍ତି । ସେମାନଙ୍କୁ ଅଗଷ୍ଟ ୧୨ ରୁ ଅଗଷ୍ଟ ୧୬ ମଧ୍ୟରେ JioFiber Postpaid Entertainment Bonanza ପ୍ଲାନ୍ କିଣିବାକୁ ପଡ଼ିବ । ଏହି ଅଫର କେବଳ ସେହି ଲୋକଙ୍କ ପାଇଁ ରହିଛି, ଯେଉଁମାନେ ନୂଆ ପ୍ଲାନ୍ କିଣିଛନ୍ତି । ସକ୍ରିୟ ହେବା ସମୟରେ ଉପଭୋକ୍ତାଙ୍କୁ ମନୋନୀତ ଯୋଜନାରେ ଅତିରିକ୍ତ ୧୫ ଦିନ ଲାଭ ମିଳିବ ।

ଅଫର୍ କ’ଣ ଏବଂ ଏହାକୁ କିପରି ପାଇବେ?
ଯଦି ଆପଣ ଏହି ଅଫର ପାଇବାକୁ ଯାଉଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଜିଓର ଜଣେ ନୂଆ ଗ୍ରାହକ ହେବା ଆବଶ୍ୟକ ଏବଂ ଆପଣଙ୍କୁ Postpaid Entertainment Bonanza ପ୍ଲାନ୍ ନେବାକୁ ପଡିବ । ଏହି ଅଫର କେବଳ ୪୯୯, ୫୯୯ ଟଙ୍କା, ୭୯୯ ଟଙ୍କା ଏବଂ ୮୯୯ ଟଙ୍କା ଯୋଜନା ପାଇଁ ପ୍ରଯୁଜ୍ୟ । ଯଦି ଆପଣ ୧୫ ଦିନ ପାଇଁ ମାଗଣା ସୁବିଧା ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅଗଷ୍ଟ ୧୨ ରୁ ଅଗଷ୍ଟ ୧୬ ମଧ୍ୟରେ ଏହି ପ୍ଲାନକୁ ବାଛିବାକୁ ପଡିବ । ଅଗଷ୍ଟ ୧୯ ସୁଦ୍ଧା ଏହି ଯୋଜନା ଅକ୍ଟିଭେଟ ହୋଇଯିବ । ଆପଣ ୬ ମାସ କିମ୍ବା ଏକ ବର୍ଷ ପାଇଁ ଅଫର ନେଲେ ହିଁ ଏହି ଅଫର ମିଳିବ ।

Get real time updates directly on you device, subscribe now.