fbpx

୨ ହଜାର ଟଙ୍କାରେ ସ୍ମାର୍ଟଫୋନ ଲଞ୍ଚ କଲା ଜିଓ, ଦୀପାବଳିରୁ ଆରମ୍ଭ ହେବ ବିକ୍ରି

ନୂଆଦିଲ୍ଲୀ: ଶୁକ୍ରବାର ଲଞ୍ଚ ହୋଇଛି ଜିଓର ସୁବୁଠୁ ଶସ୍ତା ସ୍ମାର୍ଟଫୋନ JioPhoneNext । ଯାହା ଭାରତର ସୁବଠୁ ଶସ୍ତା ଏବଂ ସୁଲଭ 4G ସ୍ମାର୍ଟଫୋନ ହେବାକୁ ଯାଉଛି । ଫୋନକୁ ଗୁଗଲ ସହାୟତାରେ ତିଆରି କରାଯାଇଛି । ତେବେ ଫୋନର ଦାମ ଏବଂ ଫିଚର୍ସ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି । ଏହାର ଦାମ ୬ ହଜାର ୪୦୦ ଟଙ୍କା ରହିଛି । JioPhoneNextରେ 5.45 inchର ଡିସପ୍ଲେ ରହିଛି JioPhoneNextରେ Qualcomm Snapdragon 215 ପ୍ରୋସେସର, 13 MP ରିୟର କ୍ୟାମେରା, 8 MP ଫ୍ରଣ୍ଟ କ୍ୟାମେରା, 3500 mAh ବ୍ୟାଟେରୀ ରହିଛି । ଗୁଗଲ ସିଇଓ ସୁନ୍ଦର ପିଚାଇ ଜିଓ ଫୋନ ନେକ୍ସଟ ଲଞ୍ଚକୁ ନେଇ ଏକ ଟ୍ୱିଟ କରିଛନ୍ତି ଯେଉଁଥିରେ ଏହାର ଡିଟେଲ ମଧ୍ୟ ରହିଛି ।

ଏମିତି କିଣନ୍ତୁ JioPhoneNext:

ଗ୍ରାହକମାନେ ସେମାନଙ୍କର ନିକଟତମ ଜିଓମାର୍ଟ, ଜିଓ ୱେବସାଇଟରେ ଏଥିପାଇଁ ରେଜିଷ୍ଟର କରିପାରିବେ । ଗ୍ରାହକମାନେ ୭୦୧୮୨-୭୦୧୮୨ ହାଏ ଟାଇପ୍ କରି ହ୍ୱାଟସଆପ ମେସେଜ ମଧ୍ୟ କରି ରେଜିଷ୍ଟର କରିପାରିବେ । କମ୍ପାନୀ କହିଛି ଯେ ଯଦି ଜଣେ ଗ୍ରାହକ ବୁକିଂ କନଫର୍ମେସନ୍ ପାଆନ୍ତି, ତେବେ ସେ ନିକଟସ୍ଥ ଜିଆଷ୍ଟୋରକୁ ଯାଇ ଡିଭାଇସ୍ ସଂଗ୍ରହ କରିପାରିବେ ।

ଏମିତି ରହିଛି JioPhoneNextର ପ୍ଲାନ ଏବଂ ସ୍କିମ:

ଗ୍ରାହକମାନେ JioPhoneNext ପାଇଁ ୧,୯୯୯ ଟଙ୍କା ଦେଇପାରିବେ ଏବଂ ଅବଶିଷ୍ଟ ରାଶି ୧୮ କିମ୍ବା ୨୪ ମାସ ମଧ୍ୟରେ EMI ମାଧ୍ୟମରେ ଦେଇପାରିବେ । କିଛି ପ୍ଲାନ ଅଛି ଯାହା ଗ୍ରାହକମାନେ JioPhoneNext ପାଇଁ ଚୟନ କରିପାରିବେ  । ୫୦୧ ଟଙ୍କା ପ୍ରେସେସିଂ ଶୁଳ୍କ ମଧ୍ୟ ରହିବ  ।

 

Always on plan:

ଏହି ପ୍ଲାନ ୧୮ କିମ୍ବା ୨୪ ମାସ ପାଇଁ ଅଟେ  । ଏଥିରେ ୫ଜିବି ଡାଟା ଏବଂ ମୋଟ ୧୦୦ ମିନିଟ୍ କଲିଂ ପ୍ରତ୍ୟେକ ମାସରେ ଉପଲବ୍ଧ ହେବ  । ଗ୍ରାହକଙ୍କୁ ୨୪ ମାସ ପାଇଁ ମାସକୁ ୩୦୦ ଟଙ୍କା କିମ୍ବା ୧୮ ମାସ ପାଇଁ ମାସକୁ ୩୫୦ ଟଙ୍କା ଦେବାକୁ ପଡିବ  । ଯଦି ଆପଣ ୧୮ ମାସର ଯୋଜନା ନିଅନ୍ତି, ତେବେ ଆପଣଙ୍କୁ ସମଗ୍ର ଅବଧି ମଧ୍ୟରେ ୬,୩୦୦ ଟଙ୍କା ଦେବାକୁ ପଡିବ  । ଏଥିରେ ଫୋନ୍ ଏବଂ ଡାଟା ଏବଂ ଅନ୍ୟାନ୍ୟ ସେବା ମୂଲ୍ୟ ମଧ୍ୟ ଅନ୍ତର୍ଭୂକ୍ତ ହେବ  । ତାହା ହେଉଛି, ଫୋନର ମୋଟ ମୂଲ୍ୟ ଆପଣଙ୍କ ପାଇଁ ୮,୨୯୯ ଟଙ୍କା (୬,୩୦୦ + ୧,୯୯୯ ଟଙ୍କା) ହେବ  । କିନ୍ତୁ, ମନେରଖନ୍ତୁ ଯେ ଡାଟା ସେବା ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ହେବ  ।

Large Plan:

ଏଥିରେ ଗ୍ରାହକମାନଙ୍କୁ ୨୪ ମାସ ପାଇଁ ୪୫୦ ଟଙ୍କା ଏବଂ ୧୮ ମାସ ପାଇଁ ପ୍ରତି ମାସରେ ୫୦୦ ଟଙ୍କା ଦେବାକୁ ପଡିବ  । ଏହି ଯୋଜନାରେ ଗ୍ରାହକମାନେ ପ୍ରତିଦିନ ୧.୫ ଜିବି ଡାଟା ଏବଂ ଅସୀମିତ କଲ ପାଇବେ  । ୧୮ ମାସ ପାଇଁ ଏହାର ମୋଟ ମୂଲ୍ୟ ୯,୦୦୦ ଟଙ୍କା ହେବ  । ଏଥିରେ ଡାଟା ଏବଂ ମାଗଣା କଲ୍ ମଧ୍ୟ ରହିବ  ।

XL Plan:

ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ଏବଂ ଅସୀମିତ କଲ ଦିଆଯିବ  । ଏଥିରେ ଗ୍ରାହକମାନଙ୍କୁ ୨୪ ମାସ ପାଇଁ ପ୍ରତି ମାସରେ ୫୦୦ ଟଙ୍କା ଏବଂ ୧୮ ମାସ ପାଇଁ ପ୍ରତି ମାସରେ ୫୫୦ ଟଙ୍କା ଦେବାକୁ ପଡିବ  । ଏଥିରେ ୧୮ ମାସ ପାଇଁ ଗ୍ରାହକଙ୍କ ପାଇଁ ମୋଟ ମୂଲ୍ୟ ୯,୯୦୦ ଟଙ୍କା ହେବ  ।

XXL Plan:

ଏହି ଯୋଜନାରେ ଗ୍ରାହକଙ୍କୁ ୨୪ ମାସ ପାଇଁ ମାସିକ ୫୫୦ ଟଙ୍କା ଏବଂ ୧୮ ମାସ ପାଇଁ ମାସକୁ ୬୦୦ ଟଙ୍କା ଦେବାକୁ ପଡିବ  । ଏଥିରେ ଗ୍ରାହକମାନେ ପ୍ରତିଦିନ ୨.୫ ଜିବି ଡାଟା ଏବଂ ଅସୀମିତ କଲ୍ ପାଇବେ  ।

Get real time updates directly on you device, subscribe now.