ନୂଆଦିଲ୍ଲୀ: ହୋଲିରେ ଜିଓ ଏକ ଖୁସି ଖବର ଆଣିଛି । ଏକ ପପୁାଲାର ରିଚାର୍ଜ ପ୍ଲାନ ଆଣିଛି । 75ଟଙ୍କାରେ ଏକ ରିଚାର୍ଜ ପ୍ଲାନ ଆଣିଛି । ଏହାର ଭାଲିଡିଟି 23 ଦିନ ଦେଇଛି । ଜିଓର ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନ ରହିଛି । କିନ୍ତୁ ଏହା ସବୁଠାରୁ ଶସ୍କା ପ୍ଲାନ ବୋଲି କୁହାଯାଉଛି ।
ଏହି ପ୍ଲାନରେ ଅନେକ ଫେସିଲିଟି ମିଳୁଛି । ଜିଓର ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସହିତ ଏସଏମଏସ ସୁବିଧା ମଧ୍ୟ ମିଳିଥାଏ । ଏହି ପ୍ଲାନ 23 ଦିନର ଭାଲିଡିଟି ସହିତ ଆସିଥାଏ । ଏହାର ଦାମ୍ 75 ଟଙ୍କା ରହିଥିବା ବେଳେ ଅନଲିମିଟେଡ୍ ଭଏସ କଲିଂର ସୁବିଧା ମଧ୍ୟ ମିଳିଥାଏ । ୟୁଜର୍ସକୁ ପ୍ରତିଦିନ 100 ଏମବି ଡାଟା ମଧ୍ୟ ମିଳିବ ।
ଏଥିରେ କମ୍ପାନୀ 200 ଏମବିର ଆଡିସନାଲ ଅଫର ମଧ୍ୟ ପ୍ରଦାନ କରିଥାଏ । ଏଥିରେ ଅଢେଇ ଜିବିର ଜାଟା ମଧ୍ୟ ପ୍ରଦାନ କରିଥାଏ । ଯଦି ଡାଟା ସରିଯିବ ତାହେଲେ 64 କେବିଏସରେ ଚାଲିବ । ଏହାସହିତ ଜିଏ ଟିଭି ଏବଂ ଜିଓ କ୍ଲାଉଡର ସୁବିଧା ପ୍ରଦାନ କରିଥାଏ । ଏହି ପ୍ଲାନ ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନୁହେଁ ବରଂ ଜିଓ ଫୋନ ୟୁଜର୍ସଙ୍କ ପାଇଁ ଉପଲବ୍ଧ ।