ନୂଆଦିଲ୍ଲୀ: ଆଜି ପବିତ୍ର ଶ୍ରୀପଞ୍ଚମୀ । ତେବେ ଆଜି ଯଦି ନୂଆ ପ୍ଲାନ ଆକ୍ଟିଭେଟ କରିବାକୁ ଚାହୁଁଛନ୍ତି ତେବେ ଜିଓର ଏକ ଦମଦାର ପ୍ଲାନ ଆଣିଛି । ମାତ୍ର 999 ଟଙ୍କାରେ 3 ମାସରୁ ଅଧିକ ଦିନର ବୈଧତା ପାଇପାରିବେ ।
100 ଦିନିଆ ପ୍ଲାନ- ଜିଓର ଭିନ୍ନ ଭିନ୍ନ ରିଚାର୍ଜ ପ୍ଲାନ ରହିଛି । ଏହାର ବୈଧତା ଏବଂ ଫିଚର ମଧ୍ୟ ଅଲଗା ରହିଛି । ୟୁଜର୍ସ ନିଜର ଆବଶ୍ୟକତା ଅନୁସାରେ, ରିଚାର୍ଜ କରିପାରିବେ । ଜିଓର 999 ଟଙ୍କିଆ ରିଚାର୍ଜ ପ୍ଲାନରେ କଲିଂ, ଡାଟା ଏବଂ ଏସଏମଏସର ସୁବିଧା ପାଇପାରିବେ । ଏହାର ଭାଲିଡିଟି 99 ଦିନ ଅଟେ ଅର୍ଥାତ 3 ମାସରୁ ଅଧିକ ଅଟେ ।
ଶ୍ରୀପଞ୍ଚମୀରେ ଦମଦାର ପ୍ଲାନ- ଜିଓର ଏହି ରିଚାର୍ଜ ପ୍ଲାନରେ ଦୈନିକ 2 ଜିବି ଡାଟା ମିଳିବ । ଏହି ପ୍ଲାନରେ ମୋଟ 196 ଜିବି ଡାଟା ଆକ୍ସେସ ମିଳିବ । ଜିଓର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ଆକ୍ସେସ ମିଳିବ । ଏଥିରେ ଉଭୟ ଲୋକାଲ ଏବଂ ଏସଡିଟି ସାମିଲ ଅଟେ । ଦୈନିକ 100 ଏସଏମଏସ ସୁବିଧା ମିଳିବ । ଏହା କମ୍ୟୁନିକେସନରେ ଫାଇଦା ମିଳିବ ।
ତେବେ ରିଚାର୍ଜ ପ୍ଲାନରେ ଜିଓ ଟିଭି, ଜିଓ କ୍ଲାଉଡ୍ ଏବଂ ଜିଓ ସିନେମାର ଫାଇଦା ପାଇବେ । 999 ଟଙ୍କିଆ ରିଚାର୍ଜ ପ୍ଲାନରେ ଜିଓ ସିନେମା ପ୍ରିମିୟମ ଆକ୍ସେସ ମିଳିବ ନାହିଁ । ଏହା ପାଇଁ ଅଲଗା ସବସ୍କ୍ରିପସନ ନେବାକୁ ହେବ ।