fbpx

ଆସିଲା ଜିଓର ରିପବ୍ଲିକ ଡେ’ ରିଚାର୍ଜ ପ୍ଲାନ୍‌; ବର୍ଷକର ଭାଲିଡିଟି, ପ୍ରତିଦିନ ୨.୫ଜିବି ଡାଟା ସହିତ ବହୁ ଜବରଦସ୍ତ ଅଫର

ନୂଆଦିଲ୍ଲୀ: ଜିଓ ଏହାର ରିପବ୍ଲିକ୍ ଡେ’ ଅଫର ବିଷୟରେ ଘୋଷଣା କରିଛି । ଲମ୍ବା ଭାଲିଡିଟି ବାଲା ଏହି ପ୍ଲାନ ସହିତ ରିଚାର୍ଜ କରିବା ପରେ ୟୁଜର୍ସଙ୍କୁ ଜିଓ ପକ୍ଷରୁ ମିଳିବ ବହୁ କୁପନ ଯାହାର ଉପଯୋଗ ସେମାନେ ଟ୍ରାଭେଲ୍ ବୁକିଂ, ସପିଂ ଆଦି ଲାଗି କରିପାରିବେ ।

ଜିଓର ଏହି ଅଫର ଲମ୍ବା ଭାଲିଡିଟି ବାଲା ପ୍ରିପେଡ୍ ପ୍ଲାନ ସହ ମିଳୁଛି । ଲମ୍ବା ଭାଲିଡିଟି ବାଲା ରିଚାର୍ଜ ପ୍ଲାନ ସହିତ ଫୋନ୍ ରିଚାର୍ଜ କରିବା ଦ୍ୱାରା ୟୁଜର୍ସଙ୍କୁ ବିଭିନ୍ନ ପ୍ରକାର ଡିସକାଉଣ୍ଟ କୁପନ ମିଳିବ ଯାହାର ଉପଯୋଗ ସେମାନେ ସପିଂ, ଟ୍ରାଭେଲ ବୁକିଂ ଲାଗି କରିପାରିବେ । ଜିଓ ୟୁଜର୍ସଙ୍କୁ ୩,୨୫୦ଟଙ୍କା ପର୍ଯ୍ୟନ୍ତ କୁପନ ଅଫରରେ ଦିଆଯିବ ଯାହାକୁ ସେମାନେ ରିଲାଏନ୍ସ ଡିଜିଟାଲ, AJIO, Swiggy, Ixigo, Tira ପରି ଅନଲାଇନ୍ ପ୍ଲାଟଫର୍ମରୁ ସାମଗ୍ରୀ କିଣିବାରେ କିମ୍ବା ବୁକିଂ କରିବା ଲାଗି ବ୍ୟବହାର କରିପାରିବେ ।

ଜିଓର ଏହି ଅଫର ୨,୯୯୯ ଟଙ୍କାର ରିଚାର୍ଜ ପ୍ଲାନ ସହିତ ଦିଆଯାଉଛି । ଏହି ପ୍ରିପେଡ୍ ପ୍ଲାନରେ ରିଚାର୍ଜ କରାଇବା ଦ୍ୱାରା ୟୁଜର୍ସଙ୍କୁ ଡିସ୍‌କାଉଣ୍ଟ କୁପନ ଦିଆଯିବ । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୩୬୫ ଦିନ ଅର୍ଥାତ୍ ବର୍ଷକର ଭାଲିଡିଟି ମିଳିବ । ଏହା ବ୍ୟତିତ ୟୁଜର୍ସଙ୍କୁ ପୁରା ଭାରତ ଫ୍ରି ନ୍ୟାସନାଲ ରୋମିଂ ଓ ଇନକମିଂ-ଆଉଟଗୋଇଙ୍ଗ୍ କଲସ୍‌ର ଲାଭ ମିଳିବ । ସେହିପରି ଡାଟା କଥା କହିଲେ ଏଥିରେ ପ୍ରତିଦିନ ୨.୫ଜିବି ଡାଟା ମିଳିବ । ବର୍ଷକରେ ୟୁଜର୍ସଙ୍କୁ ମୋଟ ୯୧୨.୫ଜିବି ଡାଟା ଲାଭ ମିଳିବ । ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ମାଗଣାରେ ୧୦୦ SMS ର ଲାଭ ମଧ୍ୟ ମିଳିବ । ୟୁଜର୍ସଙ୍କୁ ଏହି ଅଫରର ଲାଭ ୧୫ ଜାନୁୟାରୀ ୨୦୨୪ରୁ ଆରମ୍ଭ କରି ୩୧ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ମିଳିବ ।

Get real time updates directly on you device, subscribe now.