fbpx

UGC ଜାରି କଲା ବିଜ୍ଞପ୍ତି: ଓଡ଼ିଆ ସମେତ ୧୨ଟି ଭାଷାରେ ଲେଖକଙ୍କୁ ମିଳିବ ନିଯୁକ୍ତି

ଯଦି ଆପଣଙ୍କର ଲେଖିବାର ସଉକ ଅଛି ତେବେ ଆପଣଙ୍କ ଆସିଛି ଏକ ବଢ଼ିଆ ଖୁସି ଖବର । ବିଶ୍ୱବିଦ୍ୟାୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଓଡ଼ିଆ ସମେତ ୧୨ଟି ଭାଷାରେ ଲେଖକଙ୍କୁ ନିଯୁକ୍ତି ଦିଆଯିବ । ଭାରତରେ ପ୍ରଚଳିତ ହେଉଥିବା ଭାଷା ଜାଣିଥିବା ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏନେଇ ୟୁଜିସି ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି ।

ଭାରତରେ ପ୍ରଚଳିତ ଥିବା ଓଡ଼ିଆ ସମେତ ୧୨ଟି ଭାଷାରେ ଗ୍ରାଜୁଏସନ ପାଠ୍ୟକ୍ରମର ପୁସ୍ତକ ଲେଖାଯିବ । ସେଥିପାଇଁ ବିଭିନ୍ନ ଭାଷାରେ ଦକ୍ଷତା ଥିବା ବ୍ୟକ୍ତିମାନଙ୍କୁ ଚୟନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୩୦ ତାରିଖ ସୁଦ୍ଧା ଏନେଇ ଆବେଦନ କରିପାରିବେ । ଆସାମୀ, ବଙ୍ଗଳା, ହିନ୍ଦୀ, ଗୁଜରାଟୀ, ଓଡ଼ିଆ, କନ୍ନଡ଼, ମାଲୟାଲମ୍, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଊର୍ଦୁ ଭାଷାର ଲେଖକଙ୍କୁ ନିଯୁକ୍ତି ଦିଆଯିବ ।

୧୨ଟି ଭାରତୀୟ ଭାଷାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ସାମାଜିକ ବିଜ୍ଞାନର ସ୍ନାତକ ସ୍ତରୀୟ ପାଠ୍ୟପୁସ୍ତକ ଉପଲବ୍ଧ କରାଇବା ନେଇ ୟୁଜିସି କାର୍ଯ୍ୟ ଜାରି ରଖିଛି । ସେଥିପାଇଁ ବିଭିନ୍ନ ରାଜ୍ୟର ନୋଡାଲ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରାଯାଉଛି । ଭାରତୀୟ ଭାଷାରେ ଉଚ୍ଚ ଗୁଣାବତ୍ତା ବିଶିଷ୍ଟ ପାଠ୍ୟପୁସ୍ତକ ଲେଖିପାରୁଥିବା ଲେଖକଙ୍କ ଏକ ଟିମ୍ ଗଠନ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସହଯୋଗ କରାଯିବ । ଛାତ୍ରଛାତ୍ରୀମାନେ ଭାରତୀୟ ଭାଷା ଶିଖିବା ନେଇ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ମୁଖ୍ୟ ଲକ୍ଷ୍ୟ ରହିଛି । ପ୍ରାର୍ଥୀମାନେ କେଉଁ ପାଠ୍ୟକ୍ରମ ଓ କେଉଁ ଭାଷାରେ ପୁସ୍ତକ ଲେଖିବେ ସେନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ ବୋଲି ଜଣେ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.