Jio vs Airtel: କେଉଁ କମ୍ପାନୀ ପାଖରେ ଅଛି ୯୦ ଦିନିଆ ଭ୍ୟାଲିଡିଟିର ସବୁଠୁ ଶସ୍ତା ପ୍ଲାନ, ଜାଣନ୍ତୁ
ଏୟାରଟେଲ ନା ଜିଓ? କାହା ପାଖରେ ଅଛି ୯୦ ଦିନିଆ ଭ୍ୟାଲିଡିଟିର ରିଚାର୍ଜ ପ୍ଲାନ
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏବଂ ଏୟାରଟେଲ, ପାଖରେ ପ୍ରିପେଡ ୟୁଜର୍ସଙ୍କ ପାଇଁ ଅନେକ ସାରା ରିଚାର୍ଜ ପ୍ଲାନ ଉପଲବ୍ଧ । ଯଦି ଆପଣ ଏହି ଦୁଇଟି ସିମ୍ ବ୍ୟବହାରକାରୀ, ତେବେ ଆପଣ ଏହା ଜାଣିବା ନିହାତି ଆବଶ୍ୟକ ଯେ, କେଉଁ କମ୍ପାନୀ ପାଖରେ ୯୦ ଦିନିଆ ଭ୍ୟାଲିଡିଟିର ସବୁଠୁ ଶସ୍ତା ପ୍ଲାନ । ଆସନ୍ତୁ ଜାଣିବା..
ଜିଓ ୧୦୦ ପ୍ଲାନ: ୧୦୦ ଟଙ୍କିଆ ରିଲାଏନ୍ସ ଜିଓ ପ୍ଲାନ ଏହି ପ୍ରିପେଡ ପ୍ଲାନ ବହୁତ କମ ମୂଲ୍ୟରେ ୟୁଜର୍ସଙ୍କୁ ୯୦ ଦିନର ବୈଧତା ବା ଭ୍ୟାଲିଡିଟି ପ୍ରଦାନ କରୁଛି । ଏହି ପ୍ଲାନ ୫ ଜିବି ହାଇସ୍ପିଡ ଡାଟା ସହ ୯୦ ଦିନ ପାଇଁ ଫ୍ରୀ ଜିଓ ହଟଷ୍ଟାରର ବେନିଫିଟ ଦେଉଛି। ଏହି ପ୍ଲାନର ଫାଇଦା ଆପଣ ସେତେବେଳେ ନେଇପାରିବେ, ଯେତେବେଳେ ଆପଣଙ୍କ ପାଖେ କିଛି ବେସ ପ୍ଲାନ ଥିବ।
ଜିଓ ୧୯୫ ପ୍ଲାନ: ଜିଓ ହଟଷ୍ଟାର ସହ ୧୫ ଜିବି ହାଇସ୍ପିଡ ଡାଟା ପ୍ଲାନ ମଧ୍ୟ ଏଥିରେ ଉପଲବ୍ଧ । ହେଲେ ଏହି ପ୍ଲାନ ପାଇଁ ଆପଣଙ୍କୁ ୧୯୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଏୟାରଟେଲ୍ ୧୯୫ ପ୍ଲାନ: ଏୟାରଟେଲ ପାଖରେ ରିଲାଏନ୍ସ ଜିଓର ୧୦୦ ଟଙ୍କିଆ ଶସ୍ତା ପ୍ଲାନ ନାହିଁ । ଯଦି ଅପଣଙ୍କ ପାଖରେ ଏୟାରଟେଲ କମ୍ପାନୀର ପ୍ରିପେଡ ନମ୍ବର ଅଛି ଏବଂ ଆପନଙ୍କୁ ମଧ୍ୟ ୩ ମାସ ପାଇଁ ଫ୍ରି ଜିଓ ହଟଷ୍ଟାର ଦରକାର ତେବେ ଏଥିପାଇଁ ଆପଣଙ୍କୁ ୧୯୫ ଟଙ୍କିଆ ପ୍ଲାନ କିଣିବାକୁ ପଡିବ ।