fbpx

JioFiber ତରଫରୁ ଦୀପାବଳିର ଗିଫ୍ଟ: ଲଞ୍ଚ ହେଲା Double Festival Bonanza ଅଫର

ନୂଆଦିଲ୍ଲୀ: ଦୀପାବଳି ପାଇଁ ନୂଆ ଫେଷ୍ଟିଭ ଅଫର ଲଞ୍ଚ କରିଛି ଜିଓ ଫାଇବର । ଏହି ଅଫର ଦ୍ୱାରା ୟୁଜରମାନେ ଶସ୍ତାରେ ଇଣ୍ଟରନେଟ ସର୍ଭିସର ଫାଇଦା ଉଠାଇପାରିବେ । ତେବେ ଏହି ଅଫର କେବଳ ଏକ ଲିମିଟେଡ ପିରିୟଡ ପାଇଁ ଲଞ୍ଚ କରାଯାଇଛି । ଅକ୍ଟୋବର ୧୮ ତାରିଖରୁ ୨୮ ତାରିଖ ମଧ୍ୟରେ ଏହି ଅଫରର ଲାଭ ଉଠାଇପାରିବେ ଗ୍ରାହକ ।

ଏହି ଅଫର ଦ୍ୱାରା ୟୁଜର୍ସ ନୂଆ ଜିଓ ପାଇବର ଲଗାଇ ୬୫୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ହାସଲ କରିପାରିବେ । ତେବେ କେବଳ ୨ଟି ପ୍ଲାନ ପାଇଁ ଏଭଳି ଅଫର ଘୋଷଣା କରିଛି କମ୍ପାନୀ । ଏହି ଲାଭ ପାଇବା ପାଇଁ ଗ୍ରାହକଙ୍କୁ ୫୯୯ ଟଙ୍କା କିମ୍ବା ୮୯୯ ଟଙ୍କାର ପ୍ଲାନ ରିଚାର୍ଜ କରିବାକୁ ହେବ । କିନ୍ତୁ ଅତି କମରେ ୬ ମାସ ପର୍ଯ୍ୟନ୍ତ ଏହି ସର୍ଭିସକୁ ରିଚାର୍ଜ କରୁଥିବା ଗ୍ରାହକମାନେ ଏହାର ଫାଇଦା ଉଠାଇପାରିବେ ।

୫୯୯ ରିଚାର୍ଜ ପ୍ଲାନ:

ଗ୍ରାହକଙ୍କୁ ଏହି ପ୍ଲାନ ପାଇଁ ୪୨୪୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ନୂଆ ଗ୍ରାହକମାନଙ୍କୁ ଏଥିପାଇଁ ୪୫୦୦ ଟଙ୍କାର ଭାଉଚର ମଧ୍ୟ ମିଳିବ । ଏଥିରେ ଏ-ଜିଓ, ରିଲାଏନ୍ସ ଡିଜିଟାଲ ଏବଂ ନେଟମେଡ୍ସର ୧୦୦୦ଟଙ୍କା ଭାଉଚର ପାଇପାରିବେ ଗ୍ରାହକ । ସେହିପରି ୧୫୦୦ ଟଙ୍କାର ଭାଉଚର ଇକ୍ସିଗୋ ପାଇଁ ମିଳୁଥିବା ବେଳେ ଏହାବ୍ୟତୀତ ସମସ୍ତ ଗ୍ରାହକଙ୍କୁ ୧୫ ଦିନ ପାଇଁ ଅତିରିକ୍ତ ଭାଲିଡିଟି ମିଳିପାରିବ । ଏହାସହିତ ୟୁଜର୍ସଙ୍କୁ ଏହି ପ୍ଲାନରେ ୩୦ଏମବିପିଏସ ସ୍ପିଡରେ ଡାଟା ପ୍ରଦାନ କରାଯିବ । ୧୪ଟି ଓଟିଟି ପ୍ଲାଟଫର୍ମର ଆକ୍ସେସ ଏବଂ ୫୫୦ରୁ ଅଧିକ ଚାନେଲର ଲାଭ ପାଇପାରିବେ ।

୮୯୯ ରିଚାର୍ଜ ପ୍ଲାନ:

ଏହି ପ୍ଲାନକୁ ୟୁଜର ୩ କିମ୍ବା ୬ ମାସ ପାଇଁ ରିଚାର୍ଜ କରିପାରିବେ । ତେବେ ଏଥିରେ ୬୫୦୦ ଟଙ୍କାର ପୁନ ଡିସ୍କାଉଣ୍ଟ ମିଳିପାରିବ । ଭାଉଚର ସହିତ ୟୁଜର ୨୦୦୦ଟଙ୍କାର ଏ-ଜିଓ କୁପନ, ୧୦୦୦ ଟଙ୍କାର ରିଲାଏନ୍ସ ଡିଜିଟାଲ କୁପନ ଏବଂ ୫୦୦ ଟଙ୍କାର ନେଟମେଡ୍ସ ଏବଂ ୩୦୦୦ ଟଙ୍କାର ଇକ୍ସିଗୋ କୁପନର ସୁବିଧା ମିଳିପାରିବ । ସମସ୍ତ ଗ୍ରାହକଙ୍କୁ ଏହି ପ୍ଲାନ ସହିତ ମଧ୍ୟ ୫ ଦିନର ଅତିରିକ୍ତ ଭାଲିଡିଟି ପାଇପାରିବେ । ୧୦୦ ଏମବିପିଏସର ଡାଟା ସ୍ପିଡ, ୧୪ଟତ ଓଟିଟି ସବସ୍କ୍ରିପସନ ଏବଂ ୫୫୦ ଚାନେଲ ମିଳିପାରିବ ।

Get real time updates directly on you device, subscribe now.