କ’ଣ ଆମ ପାଇଁ ବି ରାତିରେ ଖୋଲିବ କୋର୍ଟ ? ଜେଏନୟୁ କୁଳପତି ସୁପ୍ରିମକୋର୍ଟ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ରବିବାର ନିଜର ଏକ ବକ୍ତବ୍ୟରେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଶନିବାର ରାତିରେ ଯେପରି ଭାବରେ ସୁପ୍ରିମକୋର୍ଟ ତିସ୍ତା ସୀତଲୱାଡଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଏହାଦ୍ୱାରା ଏହି ପ୍ରଶ୍ନ ଉଠୁଛି କି ଏପରି ଭାବରେ ସମସ୍ତଙ୍କ ସହ ଆଚରଣ କରାଯିବ କି?

ଗୋଧ୍ରା ଦଙ୍ଗା ମାମଲାରେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇବା ଲାଗି ପ୍ରମାଣ ଗାଏବ କରିଥିବା ଅଭିଯୋଗରେ ତିସ୍ତାଙ୍କୁ ଗିରଫ କରାଯିବା ନେଇ ମାମଲା ଅଟକି ରହିଥିଲା । କିନ୍ତୁ କୋର୍ଟ ଜୁଲାଇ ୧ ରେ ତିସ୍ତାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ପ୍ରଦାନ ସ୍ୱରୂପ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିବନ୍ଧ ଲଗାଇଥିଲେ ।

ଏହି ମାମଲାର ଉଦାହରଣ ଦେଇ ଶାନ୍ତିଶ୍ରୀ କହିଛନ୍ତି ବାମପନ୍ଥୀଙ୍କ ଇକୋସିଷ୍ଟମ ଏବେ ବି ଦେଶରେ ଚାଲିଛି । ଆପଣମାନେ ସମସ୍ତେ ଜାଣନ୍ତି କି ଶନିବାର ରାତିରେ ତିସ୍ତାଙ୍କୁ ଜାମିନ ଦେବା ଲାଗି କୋର୍ଟ ଖୋଲାଯାଇଥିଲା । କ’ଣ ଆମ ସମସ୍ତଙ୍କ ଲାଗି ବି ଏପରି ହେବ । ପୁନେରେ ଏକ ମରାଠୀ ପୁସ୍ତକ ଉନ୍ମୋଚନ ସମୟରେ ଜେଏନୟୁ ଭିସି ଏପରି କିଛି କହିଛନ୍ତି ।