fbpx

ଓଡ଼ିଶା ସରକାରଙ୍କ ତରଫରୁ ଆସିଲା ନିଯୁକ୍ତି ସୁଯୋଗ: ରାଜ୍ୟର ବିଭିନ୍ନ ସ୍ଥାନରେ ଦିଆଯିବ ପୋଷ୍ଟିଂ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ବ୍ୟାଙ୍କ ମିତ୍ର, ସିଆରପି-ସିଏମ ଓ ମାଷ୍ଟର ବୁକ କିପରି (ଏମବିକେ) ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇ ପାରିବେ ।

ବ୍ୟାଙ୍କ ମିତ୍ର, ଏମବିକେ ପଦ ପାଇଁ ପ୍ରାର୍ଥୀ ଦଶମ / ଦ୍ୱାଦଶ ପାସ ଓ ସିଆରପି-ସିଏମ ପଦ ପାଇଁ ପ୍ରାର୍ଥୀ ଦଶମ ପାସ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ସର୍ବନିମ୍ନ ବସୟ ୧୮ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଆସନ୍ତା ମାସ ୯ ତାରିଖ ସୁଦ୍ଧା ସେମାନଙ୍କର ଆପ୍ଲିକେସନ ଫର୍ମ ପଠାଇବାକୁ ପଡ଼ିବ । ପ୍ରତ୍ୟେକ ପଦ ପାଇଁ ଦରମା ଓ ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ପ୍ରାର୍ଥୀ ଜଣେ ମହିଳା ହେବା ସହ ସ୍ୱୟଂ ସହାୟିକା ଗ୍ରୁପ (ଏସଏଚଜି)ର ସଦସ୍ୟ ହୋଇଥିବେ । ସେ ଓଡ଼ିଆ ଭାଷାରେ ଲେଖିବା ଓ ପଢ଼ିବା ଜାଣିଥିବେ । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତ, ବୟସ ଯୋଗ୍ୟତା, ଦରମା, ଅଭିଜ୍ଞତା, ପୋଷ୍ଟିଂ ସ୍ଥାନ ଆଦି ବିଷୟରେ ଜାଣିପାରିବେ । ଏଥିସହିତ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ଫର୍ମ ମଧ୍ୟ ଡାଉନଲୋଡ୍ କରିପାରିବେ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://boudh.nic.in/notice_category/recruitment/

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s3bbcbff5c1f1ded46c25d28119a85c6c2/uploads/2023/04/2023042573.pdf

Get real time updates directly on you device, subscribe now.