fbpx

ପାର୍ବଣ ଋତୁରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର: ଏହି କମ୍ପାନୀ ଦେବାକୁ ଯାଉଛି ୫ ଲକ୍ଷରୁ ଅଧିକ ନିଯୁକ୍ତି

ନୂଆଦିଲ୍ଲୀ: ଆଜିକାଲି ଚାକିରିକୁ ନେଇ ଅନେକ ସମସ୍ୟା ବଢ଼ିଯାଇଛି । ଦିନକୁ ଦିନ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆସିଛି ଏକ ଖୁସି ଖବର । ଅନଲାଇନ୍ ସପିଂ କମ୍ପାନୀ ମେଶୋ ଆସନ୍ତା ପାର୍ବଣ ଋତୁରେ ପ୍ରାୟ ୫ ଲକ୍ଷ ଚାକିରି ସୃଷ୍ଟି କରିବ । ମେସୋ ଏହାର ବିକ୍ରେତାମାନଙ୍କୁ ପାର୍ବଣ ଋତୁ ପାଇଁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ୩ ଲକ୍ଷରୁ ଅଧିକ ଋତୁକାଳୀନ କର୍ମଚାରୀ ନିଯୁକ୍ତି କରିବାର ଅନୁମାନ କରାଯାଉଛି ।

ଋତୁକାଳୀନ ଚାକିରିରେ ୫୦ ପ୍ରତିଶତ ବୃଦ୍ଧି :-
ସଫ୍ଟବ୍ୟାଙ୍କ ସମର୍ଥିତ ଇ-କମର୍ସ ଫାର୍ମ ମେଶୋ କହିଛି ଯେ, ଆଗାମୀ ପାର୍ବଣ ଋତୁରେ ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଏହା ଅଧିକ ଚାକିରି ଯୋଗାଇବ । କହିଛି କି, ଆମେ ଆମର ବିକ୍ରେତା ଏବଂ ଲଜିଷ୍ଟିକ୍ ନେଟୱାର୍କ ମଧ୍ୟରେ ପ୍ରାୟ ୫ ଲକ୍ଷ ଋତୁକାଳୀନ ଚାକିରି ସୃଷ୍ଟି କରିବୁ । ଗତ ବର୍ଷ ମେଶୋ ଦେଇଥିବା ୠତୁକାଳୀନ ଚାକିରି ତୁଳନାରେ ଏହା ୫୦ ପ୍ରତିଶତ ଅଧିକ ।

ଇକୋ ଏକ୍ସପ୍ରେସ, ଡିଟିଡିସି, ଇଲେଷ୍ଟିକ୍ ରନ୍, ଲୋଡ୍ ଶେୟାର, ଡେଲିଭେରୀ, ଶ୍ୟାଡୋ ଫ୍ୟାକ୍ସ ଏବଂ ଏକ୍ସପ୍ରେସବିଜ୍ ଭଳି ଥାର୍ଡ ପାର୍ଟୀ ପ୍ଲେୟର୍ସ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ମେଶୋ ଲକ୍ଷ୍ୟ ରଖିଛି । ଏଥିମଧ୍ୟରୁ ୬୦ ପ୍ରତିଶତ ସୁଯୋଗ ଟିୟର -୩ ଏବଂ ଟିୟର -୪ ସହରରେ ରହିବ । ଏହି କାର୍ଯ୍ୟଗୁଡ଼ିକ ମୁଖ୍ୟତଃ ଡେଲିଭରୀ ପିକିିଂ, ସର୍ଟିଂ, ଲୋଡିଂ, ଅନଲୋଡିଂ ଏବଂ ରିଟର୍ନ ଭଳି କାର୍ଯ୍ୟ ପାଇଁ ହେବ । ଏହା ସହ ଡେଲିଭରୀ ମ୍ୟାନ୍ ପାଇଁ ମଧ୍ୟ ଅନେକ ସୁଯୋଗ ରହିବ ।

ପାର୍ବଣ ଋତୁରେ ଚାହିଦା ବଢ଼ିଥାଏ :-

କମ୍ପାନୀର ମୁଖ୍ୟ ଅଫିସର ସୌରଭ ପାଣ୍ଡେ କହିଛନ୍ତି ଯେ, ଏହି ପାର୍ବଣ ଋତୁରେ ଚାହିଦା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆମେ ଆଶା କରୁଛୁ । ଏହି ଅବସରରେ, ଆମେ ଗ୍ରାହକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ଛୋଟ ବ୍ୟବସାୟକୁ ସଶକ୍ତ କରିବା ଉପରେ ଧ୍ୟାନ ଦେବୁ । ଏହା ବ୍ୟତୀତ, ମେସୋ ପାର୍ବଣ ଋତୁରେ ଆବଶ୍ୟକତା ଅନୁଯାୟୀ ଏହାର ବିକ୍ରେତାମାନଙ୍କ ପାଇଁ ପ୍ରାୟ ୩ ଲକ୍ଷ ଚାକିରି ସୃଷ୍ଟି କରିବା ବୋଲି ଆଶା କରୁଛି । ଏହି ଋତୁକାଳୀନ କର୍ମଚାରୀମାନେ ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ପ୍ୟାକେଜିଂ ଏବଂ ସର୍ଟିଂ ସହିତ ବିଭିନ୍ନ କାର୍ଯ୍ୟରେ ମେଶୋଙ୍କୁ ସାହାଯ୍ୟ କରିବେ ।

Get real time updates directly on you device, subscribe now.