fbpx

ChatGPT କ୍ରାନ୍ତି ଦ୍ୱାରା ଚାକିରି ବିପଦରେ! ଧୀରେଧୀରେ ସମାପ୍ତ ହୋଇଯିବ ଚାକିରି, ଏପରି ଡର କାହିଁକି ଘାରିଛି?

ନୂଆଦିଲ୍ଲୀ: ସାରା ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରୟୋଗ ବଢ଼ିବାରେ ଲାଗିଛି ଓ ନୂଆ ଜିନିଷର ସନ୍ଧାନ ଦ୍ୱାରା ଅନେକ କାମ ସହଜରେ ହୋଇପାରୁଛି । ତେବେ ଏହା ମଧ୍ୟରେ ଚାଟଜିପିଟିର ଆଗମନକୁ ନେଇ ଧୂମ୍ ମଚିଯାଇଛି । ଏଆଇ ଟେନିନିକ ସହ ଜଡ଼ିତ ‘ଚାଟବୋଟ ଚାଟଜିପିଟି’ ଗତ ବର୍ଷ ନଭେମ୍ବର ମାସରେ ଲଞ୍ଚ ହୋଇଥିଲା । ଏହା ମଧ୍ୟରେ ମାତ୍ର ୨ ମାସ ମଧ୍ୟରେ ଏହାର ୟୁଜର୍ସଙ୍କ ସଂଖ୍ୟା ୧୦ କୋଟିରେ ପହଞ୍ଚି ଯାଇଛି ।

ଏହା ଏବେ ଇଣ୍ଟରନେଟ ଜଗତର ସବୁଠାରୁ ଦ୍ରୁତ ବିକାଶ କରୁଥିବା ଗ୍ରାହକ ଆପ୍ଲିକେସନ ପାଲଟି ଯାଇଛି । ଏତେ ଜବରଦସ୍ତ ଲୋକପ୍ରିୟତା ଓ ସଫଳତାରେ ପରେ ମଧ୍ୟ ଚାଟଜିପିଟିକୁ ନେଇ ହଡ଼କମ୍ପ ସୃଷ୍ଟି ହୋଇଛି । କାରଣ ଏହା ଚାଲିବା ଫଳରେ ଚାକିରି ଉପରେ ବିପଦ ସୃଷ୍ଟି ହେବ ବୋଲି କୁହାଯାଉଛି । ଚ୍ୟାଟଜିପିଟି ଦ୍ୱାରା ଟେକ୍ନୋଲୋଜି, ମିଡ଼ିଆ, ଲିଗାଲ, ମାର୍କେଟ ରିସର୍ଚ୍ଚ, କଷ୍ଟମର କେୟାର ସର୍ଭିସ, ଗ୍ରାଫିକ ଡିଜାଇନର୍ସ, ଫାଇନାନ୍ସ ଜବ୍ସ ଓ ଷ୍ଟକ ମାର୍କେଟ ସହିତ ଜଡ଼ିତ କିଛି ଚାକିରି ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । ବର୍ତ୍ତମାନ ଜବ ମାର୍କେଟରେ ଏତେ ବିପଦ ସୃଷ୍ଟି ହୋଇନଥିଲେ ହେଁ ଭବିଷ୍ୟତକୁ ନେଇ ଆଶଙ୍କା ଜାହିର କରାଯାଇଛି । ବାସ୍ତବରେ ଚାଟଜିପିଟିରେ କିଛି ସୀମା ରହିଛି ।

ଚାଟଜିପିଟି (ଚାଟ ଜେନେରେଟିଭ୍ ପ୍ରି-ଟ୍ରେନଡ ଟ୍ରାନ୍ସଫର୍ମର) ଆପ୍ଲିକେସନ ଏକ ଏପରି ମେଶିନ ଲର୍ଣ୍ଣିଂ ସିଷ୍ଟମ, ଯାହାକି ଡାଟାର ଆଧାରେ ରିସର୍ଚ୍ଚ ଫଳାଫଳ ପ୍ରଦାନ କରିଥାଏ । ଏହା ପାଖରେ ମଣିଷ ପରି କମନ୍ ସେନ୍ସ ନଥାଏ ଓ ଏହା ବିଦ୍ୟମାନ ଡାଟା ଆଧାରରେ ହିଁ ସାମ୍ପୂଲ ଜେନେରାଟ କରିଥାଏ । ଆଗାମୀ ସମୟରେ ଏହା ଦ୍ରୁତ ଭାବେ ବିକଶିତ ହେବ । ତେଣୁ ଏହା କିଛି ଚାକିରି ପ୍ରତି ବିପଦ ସୃଷ୍ଟି କରିପାରେ ।

ୱାର୍ଲ୍ଡ ଇକୋନୋମିକ ଫୋରମର ରିପୋର୍ଟ ମୁତାବକ, ଏଆଇ ଓ ଅଟୋମେସନ କାରଣରୁ ୨୦୨୫ ପର୍ଯ୍ୟନ୍ତ ୯୭ ମିଲିଅନ ନୂଆ ଚାକିରି ସୃଷ୍ଟି ହେବ । ତେବେ ଏଆଇ ମାନବୀୟ ତରିକାରେ, ରେକର୍ଡ ସମୟରେ ସଙ୍କେତ ଓ ପ୍ରଶ୍ନର ଜବାବ ଦେବାରେ ସକ୍ଷମ । ତେଣୁ ଏହା ଜବ ମାର୍କେଟ ପ୍ରତି ବିପଦ ସୃଷ୍ଟି କରିପାରେ । ଏହିକଥାକୁ ନେଇ ଚାଟଜିପିଟିକୁ ନେଇ ଭୟ ସୃଷ୍ଟି ହୋଇଛି । ମାତ୍ର ରୋବଟ ମନୁଷ୍ୟର ଚାକିରି ନେଇଯିବ ଏହି ଭାବନାକୁ ଦୂର କରିବାର ଆବଶ୍ୟକତା ରହିଛି ବୋଲି ଏକ ଗ୍ଲୋବାଲ ଆଡଭାଇଜରୀ ଫାର୍ମ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.