fbpx
BSKY SKY
BSKY SKY

ଆଫଗାନିସ୍ତାନ ସଙ୍କଟକୁ ନେଇ ଶେଷରେ ମୁହଁ ଖୋଲିଲେ ଆମେରିକାର ରାଷ୍ଟ୍ରପତି

BSKY

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ । ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ଉପରେ ତାଲିବାନର କବଜା ଓ ଆମେରିକା ସେନାର ପୁଲ ଆଉଟ୍ ପ୍ରସଙ୍ଗକୁ ନେଇ ସେ ଦେଶକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ‘’୨୦ ବର୍ଷର କଷ୍ଟସାଧ୍ୟ ଚେଷ୍ଟା ଓ ଅଭିଜ୍ଞତାରୁ ଅନେକ ଶିକ୍ଷା ପାଇଛି । ୨୦୦୧ ସେପ୍ଟେମ୍ବର ୧୧ରେ ଅଲ-କାଏଦା ଆକ୍ରମଣ ପରେ ଯାଇଥିଲୁ । ଲକ୍ଷ୍ୟ ଥିଲା ଅଲ-କାଏଦା ଆଉ ଆକ୍ରମଣ ନକରୁ , ତାହା ପୂରଣ ହୋଇଛି । ଆଫଗାନିସ୍ତାନ ସ୍ଥିତି ବହୁତ ଗମ୍ଭୀର ଅଛି । ଏହାର ପ୍ରଭାବ ଅନ୍ୟ ଦେଶରେ ପଡିଛି । ବିନା ଲଢ଼େଇରେ ପଳାୟନ କରିଛନ୍ତି ଅସରଫ ଘନି । ଆମେରିକା ସେନା ବହୁ ତ୍ୟାଗ କରିଛନ୍ତି । ଆଫଗାନିସ୍ତାନରେ ହଠାତ୍ ସ୍ଥିତି ବଦଳିଯାଇଛି ।’

ଏହା ସହ ଆଫଗାନିସ୍ତାନରେ ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ରାଷ୍ଟ୍ରପତି ବାଇଡେନ୍ ସମର୍ଥନ କରିଛନ୍ତି । ଟେଲିଭିଜନ ବାର୍ତ୍ତାରେ ସେ ସମର୍ଥନ ଜଣାଇବା ସହ କହିଛନ୍ତି ଯେ, ‘ସୈନ୍ୟ ପ୍ରତ୍ୟାହାର ପାଇଁ ଏହାଠାରୁ ଭଲ ସମୟ କେବେ ଆସି ନଥାନ୍ତା । ସେଠାକାର ସ୍ଥିତି କଷ୍ଟ ଦେଉଛି, ମାତ୍ର ନିଷ୍ପତ୍ତି ନେବାରେ ତ୍ରୁଟି ନାହିଁ । ଆଫଗାନିସ୍ତାନରେ ୩ ଲକ୍ଷ ସୈନ୍ୟ ମୁତୟନ କରାଯାଇଥିଲା । ଆଫଗାନିସ୍ତାନକୁ ସାହାଯ୍ୟ କରିଥିଲା ଆମେରିକା । ଏବେ ବି ଆଫଗାନିସ୍ତାନ ଲୋକଙ୍କୁ ସମର୍ଥନ ନେଇ ପ୍ରତିଶ୍ରୁତି ରଖୁଛି । ଆତଙ୍କବାଦୀଙ୍କ ବିରୋଧରେ ଲଗାତାର ଲଢେଇ ଜାରି ରହିଛି । ସେନା ନିଷ୍ପତ୍ତି ପ୍ରତ୍ୟାହାରରେ କାଏମ ରହିଛୁ ।’

Get real time updates directly on you device, subscribe now.