fbpx

ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ କୋଭିଡ୍ ପଜିଟିଭ୍, କ୍ୱାରେଣ୍ଟାଇନ୍ ହେଲେ ଦମ୍ପତି

ମୁମ୍ବାଇ: କରୋନା ମହାମାରୀ ଏବେ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବିକ୍ରିଟି ମାନେ ମଧ୍ୟ ଏହାର କବଳରେ ଆସୁଛନ୍ତି । ଖାସ୍ କରି ବଲିଉଡ୍ ର ଏକାଧିକ ସେଲେବ୍ ଏବେ କୋଭିଡ୍ ଭାଇରସ୍ ସଂକ୍ରମିତ ହୋଇସାରିଲେଣି । ଏହି କ୍ରମରେ ଏବେ ଅଭିନେତା ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ୍ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଜନ୍ ଏନେଇ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ଜରିଆରେ ଲେଖିଛନ୍ତି ଯେ, ମୁଁ ତିନି ଦିନ ତଳେ ଜଣେ ବ୍ରକ୍ତିଙ୍କ ସହିତ ଭେଟିଥିଲି, ପରେ ମୋତେ ଜଣାପଡ଼ିଥିଲା ଯେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରିୟା ଓ ମୋ ରିପୋର୍ଟ ପଜିଟିଭ୍ ଆସିଛି । ଆମେ ଏବେ ଘରେ କ୍ୱାରେଣ୍ଟାଇନ୍ ରେ ଅଛୁ ଓ ଆମେ କାହାର ବି କଣ୍ଟାକ୍ଟରେ ଆସିନାହୁଁ ।

ଜନ୍ ଆହୁରି କହିଛନ୍ତି ଯେ, ସେମାନେ ଦୁହେଁ କୋଭିଡ୍ ଭାକସିନ୍ ନେଇସାରିଛନ୍ତି । ଆମେ ହାଲୁକା ଲକ୍ଷଣ ଥିବା ଅନୁଭବ କରୁଛୁ । ଦୟାକରି ସମସ୍ତେ ସୁସ୍ଥ ରୁହନ୍ତୁ ଓ ମାସ୍କ ଲଗାନ୍ତୁ । ତେବେ ଜନ୍ ଓ ତାଙ୍କ ପତ୍ନୀଙ୍କ ପୂର୍ବରୁ ଅନେକ ସେଲେବ୍ କୋଭିଡ୍ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି । ନିକଟରେ ହିଁ ମୃଣାଳ ଠାକୁର ସଂକ୍ରମିତ ହୋଇଥିଲେ ।

Get real time updates directly on you device, subscribe now.