fbpx

ପ୍ରେମିକାର ବେଡରୁମରେ ଶୋଇ ଶୋଇ ଯୁବକ କମାଇଲା ୧୦ ବିଲିୟନ୍ ଟଙ୍କା, ଲୋକେ ଆଶ୍ଚର୍ଯ୍ୟ

କରୋନା କାଳରେ ଲୋକମାନଙ୍କର ଜୀବିକା ଚାଲିଯାଉଥିବା ବେଳେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କର ଜୀବନରେ କିଛି ଚର୍ମକାର  ଘଟିଛି । ଏବେ ସାରା ବିଶ୍ୱରେ ଜଣେ ଆରବପତିଙ୍କ ବିଷୟରେ ଚର୍ଚ୍ଚା ଚାଲିଛି, ଯିଏ କି ନିଜ ପ୍ରେମିକାଙ୍କ ଘରେ ଶୋଇ ଶୋଇ ୧୦ ବିଲିୟନ ଟଙ୍କା ରୋଜଗାର କରିଛନ୍ତି । ଇଂଲଣ୍ଡର ଏହି ଯୁବକ କିପରି ଏତେ ଟଙ୍କା କମାଇଲେ ବୋଲି ଜାଣିବାକୁ ସମସ୍ତ ଲୋକଙ୍କ ମନରେ ଜିଜ୍ଞାସା ବଢ଼ିବାରେ ଲାଗିଛି ।

ଏହି ଯୁବକଙ୍କ ନାଁ ହେଉଛି ଜନି ବପଫରହାଟ । ତେବେ ଜିନ ଏକ ଭିଡ଼ିଓ କନଫରେନ୍ସିଂ ଆପ୍ ମାଧ୍ୟମରେ ଏତେ ଟଙ୍କା ରୋଜଗାର କରିଛନ୍ତି । ଇଂଲଣ୍ଡର ଧନୀ ଯୁବକମାନଙ୍କ ମଧ୍ୟରେ ଜନିଙ୍କ ନାଁ ସାମିଲ ହୋଇଛି । ୨୦୨୦ରେ ଯେତେବେଳେ ସମଗ୍ର ବିଶ୍ୱରେ କରୋନା ଯୋଗୁଁ ଲକଡାଉନ୍ ଲାଗିଲା, ସେବେ ଅଧିକାଂଶ ଲୋକେ ଘରୁ କାମ କରିବାକୁ କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ଜନି ତାଙ୍କ ପ୍ରେମିକାଙ୍କ ବେଡରୁମରେ ଶୋଇ ଶୋଇ ଏକ ଭିଡ଼ିଓ କନଫରେନ୍ସଂ ଆପ୍ ହୋପିନ୍ ତିଆରି କରିଥିଲେ ।

ଜନି ଏହି ଆପ୍ ପାଇଁ ପ୍ରଥମେ ଫଣ୍ଡ ଜମା କରିଥିଲେ । ଏହାକୁ ତିଆରି କରିବା ପରେ ଏଥିରୁ ଅଧିକ ମାତ୍ରାରେ ଟଙ୍କା ରୋଜଗାର କରିଛନ୍ତି । ମଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରୁ ଜନି ଗ୍ରାଜୁଏଟ୍ ପାସ୍ କରିଥିଲେ ଓ ଏହି ଆପର ଆଇଡିଆ ତାଙ୍କ ମନରେ ୨୦୧୮ରୁ ଥିଲା, କିନ୍ତୁ ସେତେବେଳେ ତାଙ୍କ ପାଖରେ ଟଙ୍କା ନଥିଲା । ୨୦୨୦ରେ ସେ ନିଜ ପ୍ରେମିକାଙ୍କ ବେଡରୁମରେ ଶୋଇ ଶୋଇ କୋଡିଂ କରିଥିଲେ । ତେବେ ଏହି ହୋପିନ୍ ଆପ୍ ଜୁମ୍ କଲ୍ ଆପ୍ ଭଳି, ଯେଉଁଥିରେ ଲାଇଭ ଭିଡ଼ିଓ କଲ୍ କରାଯାଇ ପାରିବ । ଏହା ଲଞ୍ଚ ହେବାର ବର୍ଷେ ଭିତରେ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିଥିଲେ । ଜନି ଏବେ ଏହି ଆପ୍ ଜରିଆରେ ୧୦ ଆରବ ଟଙ୍କା ରୋଜଗାର କରୁଛନ୍ତି ।

Get real time updates directly on you device, subscribe now.