fbpx

IPL-୧୫ ର ପ୍ରଥମ ସେଞ୍ଚୁରୀ: ମାତ୍ର ୬୬ ବଲରେ ଦମଦାର ଶତକ ମାରିଲେ ଜୋସ ବଟଲର

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ତାନ ରୋୟଲ୍ସ ମଧ୍ୟରେ ଚାଲିଥିବା ଦମଦାର ମ୍ୟାଚରେ ଗର୍ଜିଛି ବଟଲରଙ୍କ ବ୍ୟାଟ । ମାତ୍ର ୬୬ ବଲରେ ହାସଲ କରିଛନ୍ତି ଚଳିତ IPL ସିଜନର ପ୍ରଥମ ବ୍ୟକ୍ତିଗତ ଶତକ । ଏହି ପାଳିରେ ୧୧ ଚୌକା ସହ ୫ଟି ଛକା ସାମିଲ ରହିଛି । ବଟଲରଙ୍କ ଏହି ଶତକ ଫଳରେ ମୁମ୍ବାଇକୁ ୧୯୪ ରନର ବିଜୟ ଲକ୍ଷ୍ୟ ଦେଇଛି ରାଜସ୍ତାନ ।

ଟସ ଜିତି ରାଜସ୍ତାନକୁ ବ୍ୟାଟିଂ ପାଇଁ ଆହ୍ୱାନ ଦେଇଥିଲେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା । ଦଳ ତରଫରୁ ଦୁଇ ଖତରନାକ ଓପନର ଜୋସ ବଟଲର ଏବଂ ଜଏସ୍ୱାଲ ଦଳ ପାଇଁ ପାଳି ଆରମ୍ଭ କରିଥିଲେ । କିନ୍ତୁ ନିଜର ଦ୍ୱିତୀୟ ବଲରେ ହିଁ ପାଭିଲିୟନ ଫେରି ଯାଇଥିଲେ ଯଶସ୍ୱୀ । ଏହାପରେ ଦେବଦତ୍ତ ପାଡିକଲ ମଧ୍ୟ ମାତ୍ର ୭ ରନ କରି ପାଭିଲିୟନ ଫେରିଥିଲେ । କିନ୍ତୁ ଅନ୍ୟ ପଟରେ ବଟଲର ଏକା ଠିଆ ହୋଇ ମୁମ୍ବାଇର ବୋଲରମାନଙ୍କ ଧୁଲାଇ କରି ଚାଲିଥିଲେ । କିଛି ସମୟ ପାଇଁ ଅଧିନାୟକ ସଞ୍ଜୁ ସାମସନ ଏବଂ ସିମ୍ରନ ହେଟମାୟାର ତାଙ୍କ ସାଥ ଦେଇଥିଲେ ମଧ୍ୟ ଏକ ବଡ ଭାଗିଦାରୀ କରି ପାରି ନାହାନ୍ତି । ସାମସନ ୩୦ ଏବଂ ହେଟମାୟାର ୩୫ ରନ କରି ଆଉଟ ହୋଇଥିଲେ । ଗୋଟିଏ ପଟରେ ୱିକେଟ ହରାଉଥିଲେ ମଧ୍ୟ ରାଜସ୍ତାନର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ଏହା ଭିତରେ ନିଜ ଶତକର ନିକଟତର ହୋଇସାରିଥିଲେ । ୬୬ ବଲରେ ୧୧ ଚୌକା ଏବଂ ୫ ଛକା ସହ IPLର ଦ୍ୱିତୀୟ ବ୍ୟକ୍ତିଗତ ଶତକ ହାସଲ କରିଛନ୍ତି ବଟଲର । ତେବେ ଏହା ଚଳିତ IPL ସିଜନର ପଥମ ଶତକ ।

ବଟଲରଙ୍କ ଏହି ଦମଦାର ଶତକ ବଳରେ ମୁମ୍ବାଇ ସାମନାରେ ୧୯୪ ରନର ଏକ ବିଶାଳ ଲକ୍ଷ୍ୟ ଦେଇ ପାରିଛି ରାଜସ୍ଥାନ । ସେପଟେ ମୁମ୍ବାଇ ପକ୍ଷରୁ ଜଶପ୍ରୀତ ବୁମରାହ ଏବଂ ତାଇମାଲ ମିଲ୍ସ ୩ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ଅଲରାଉଣ୍ଡର କାଏରନ ପୋଲାର୍ଡ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ତେବେ ଅନ୍ୟ ସମସ୍ତ ବୋଲର ଖାଲି ହାତରେ ମ୍ୟାଚ ଶେଷ କରିଛନ୍ତି ।

Get real time updates directly on you device, subscribe now.