fbpx

‘ସାମ୍ବାଦିକ ମାନେ ନଦୀକୁ ଯିବା ପୂର୍ବରୁ ସବୁ ଠିକ୍ ଥିଲା, ବୋଟ୍ ପାଣିରେ ବୁଡ଼ିବା ପରେ ଜ୍ଞାନ ଉଦୟ ହେଲା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀରେ ବୋଟ୍ ବୁଡ଼ିବା ପରେ ହୋଇଥିବା ସାମ୍ବାଦିକଙ୍କ ମୃତ୍ୟୁକୁ ନେଇ ମାହୋଲ ଭିନ୍ନ ପ୍ରକାରର ରହିଛି । କେହି କେହି ସାମ୍ବାଦିକଙ୍କ କାର୍ଯ୍ୟ ତଥା ସାହସିକତାକୁ ସଲାମ୍ କରୁଛନ୍ତି ତ କିଏ ତାଙ୍କୁ ସମାଲୋଚନା କରୁଛନ୍ତି । ତ ଏଠି ଲୋକେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ପାଣି ଭିତରକୁ ସାମ୍ବାଦିକଙ୍କୁ ନେବା କଣ ଦରକାର ଥିଲା? କିଏ ସେମାନଙ୍କୁ ପାଣି ଭିତରକୁ ଯିବା ପାଇଁ ଅନୁମତି ଦେଇଥିଲା? ଓଡ୍ରାଫ୍ ଟିମ୍ ସେମାନଙ୍କ ସହ ସାମ୍ବାଦିକଙ୍କୁ କାହିଁକି ନେଇ ଯାଇଥିଲେ ? ତେବେ ଏପରି ଅନେକ ପ୍ରଶ୍ନ ଲୋକେ ଠିଆ କରିଥିବା ବେଳେ ଏପରି ସ୍ଥଳେ ଅନେକେ ସମାଲୋଚନା କରି କହିଛନ୍ତି ଯେ, ଚ୍ୟାନେଲର ଟିଆରପି ପାଇଁ ଅରିନ୍ଦମ୍ ଦାସ ପାଣି ଭିତରକୁ ଯାଇଥିଲେ । ହେଲେ ସାମ୍ବାଦିକ ଟିଏ ନିଜ କର୍ତ୍ତବ୍ୟକୁ ପ୍ରତିପାଦନ କରିବାକୁ ଯାଇ ପାଣି ଭିତରକୁ ଯାଇଥିଲା, ବୋଲି କେହି ବି ବୁଝିପାରୁନାହାନ୍ତି । ତେବେ ଏହାରି ଭିତରେ ଗୋଟିଏ ଛୋଟ ପିଲା ଏସବୁକୁ ନେଇ ଖୁବ୍ ସୁନ୍ଦର ଭାବରେ ଅରିନ୍ଦମ୍ ଙ୍କ ପାଇଁ ନିଜ ପ୍ରତିକ୍ରିୟା ରଖିଛି । ଦେଖନ୍ତୁ କଣ କହୁଛି ପିଲାଟି ।

Get real time updates directly on you device, subscribe now.