fbpx

ରାଜ୍ୟସଭାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ରାଜ୍ୟସଭାରେ ଗୃହର ନେତା ଭାବେ ନଡ୍ଡାଙ୍କୁ ନିଯୁକ୍ତ କରାଯାଇଛି । ଚଳିତ ମାସ ପ୍ରାରମ୍ଭରେ ନଡ୍ଡା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ରାସାୟନିକ ଏବଂ ସାର ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଗୃହର ନେତା ଭାବରେ ସେ ପୀୟୁଷ ଗୋୟଲଙ୍କ ସ୍ଥାନ ନେବେ । କହିରଖୁଛୁ ଜୁଲାଇ ୨୦୨୧ରେ ରାଜ୍ୟସଭା ସଦନର ନେତା ଭାବେ ପୀୟୁଷ ଗୋୟଲଙ୍କୁ ନିଯୁକ୍ତ କରାଯାଇଥିଲା ।

ବିଜେପି ସଭାପତି ଭାବରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜାନୁଆରୀରେ ଶେଷ ହୋଇଥିଲା । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନକୁ ତଦାରଖ କରିବା ପାଇଁ ତାଙ୍କ କାର୍ଯ୍ୟକାଳରେ ୬ ମାସ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ତାଙ୍କୁ କାର୍ଯ୍ୟକାଳ ଜୁନରେ ସମାପ୍ତ ହେଉଛି । ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିଲା । ଦଳ ନିୟମ ଅନୁଯାୟୀ ସମସ୍ତ ରାଜ୍ୟର ୫୦% ସଂଗଠନ ନିର୍ବାଚନ ଶେଷ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ହୋଇଥାଏ ।

Get real time updates directly on you device, subscribe now.