(Video)ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ଜେ.ପି ନଡ୍ଡା, ଲଗାତର ତୃତୀୟ ଥର ରାଜ୍ୟସଭାକୁ ମନୋନୀତ

ନୂଆଦିଲ୍ଲୀ:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଛନ୍ତି । ନଡ୍ଡା ଉପରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ନଡ୍ଡା ଗୁଜୁରାଟରୁ ରାଜ୍ୟସଭାରୁ ନିର୍ବିବାଦୀୟ ଭାବରେ ମନୋନୀତ ହୋଇଛନ୍ତି । ଏହାସହିତ ନଡ୍ଡା ଲଗାତର ୩ୟ ଥର ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ।

ନଡ୍ଡା ସେହି ୫୭ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଅନ୍ୟତମ ଯାହାଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହୋଇଥିଲା । ଏବେ ସେ ଗୁଜୁରାଟରୁ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏଥର ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଲୋକସଭା ନିର୍ବାଚନ ଲଢୁଛି । ବିଜେପିର ଅଧ୍ୟକ୍ଷ ଭାବରେ ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

Get real time updates directly on you device, subscribe now.