ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଘୋଷଣା କରିବେ କି ରାଜ୍ୟ ସଭାପତିଙ୍କ ନାମ?
ଏପ୍ରିଲ ୧୨ରେ ଓଡ଼ିଶା ଗସ୍ତରେ ଆସିବେ ବିଜେପିର ଜାତୀୟ ସଭାପତି ।
ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଆସନ୍ତା ମାସ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ତେବେ ରାଜ୍ୟ ବିଜେପି ସଭାପତି ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନଥିବା ବେଳେ ନଡ୍ଡା ଆସିଲା ବେଳେ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏପ୍ରିଲ 12 ତାରିଖରେ ଜେପି ନଡ୍ଡା ବିଜେପିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଦଳ ଓ ସଂଗଠନ ଭିତରେ କିପରି ସମନ୍ବୟ ରହିବ, ତୃଣମୂଳ ସ୍ତରରେ ସଂଗଠନକୁ କିପରି ସୁଦୃଢ଼ କରାଯିବ ସେନେଇ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯିବ । ଏପ୍ରିଲ ୧୪ ତାରିଖରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ତେବେ ମନମୋହନ ସାମଲ ରିପିଟ୍ ହେବେ ନାଁ , ତାଙ୍କ ବଦଳରେ ଆଉ କେଉଁ ନୂଆ ମୁହଁକୁ ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଲା ।