fbpx
BSKY SKY
BSKY SKY

ଯୁବତୀଙ୍କୁ ନେଇ ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ, ୭ ଆହତ

BSKY

ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍‌):କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ବୋରିଗି ପଞ୍ଚାୟତ ଅନ୍ତର୍ଗତ ନାଳପଦର ଗ୍ରାମରେ ଜଣେ ଯୁବତୀ ପାଇଁ ତୁମୁଳ କାଣ୍ଡ ଘଟିଛି । ଏଥିରେ ତିନଟି ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ ୭ଜଣ ଆହାତ ହୋଇଛନ୍ତି । ଖବରେ ନେବାରେ ଜଣା ପଡିଛିକି ନାରାୟଣପାଟଣା ବ୍ଲକ୍‌ ପୋଡ଼ାପଦର ପଞ୍ଚାୟତ ଅନ୍ତର୍ଗତ ସାମନା ଗ୍ରାମର ଜଣେ ଯୁବତୀଙ୍କ ସହ ପିଣ୍ଡାମାଳ ଗାଁର ଜଣେ ଯୁବକ ସହ ଉଭୟଙ୍କ ପରିବାର ସହମତି କ୍ରମେ ବିବାହ ସ୍ଥିର ହୋଇଥିଲା । ତେବେ ଯୁବତୀ ଜଣକ କୁଆଡ଼େ ଏହି ପ୍ରସ୍ତାବରେ ରାଜି ନହୋଇ ଘର ଛାଡି କୁଆଡେ ପଳେଇ ଗଲା । ଫଳରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ ହେଁ ଯୁବତୀଙ୍କର କୌଣସି ପତା ମିଳିନଥିଲା । ତେବେ ମଙ୍ଗଳବାର ଦିନ ଯୁବତୀ ଜଣକ ନାଳପଦର ଗ୍ରାମର ଥିବା ତାର ପ୍ରେମିକ ସହିତ କୁଆଡ଼େ ଫେରାର ହୋଇ ଯାଇଥିବା ବିଶେଷ ସୁତ୍ରରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ ।

ଏହାପରେ ଯୁବତୀଙ୍କ ପରିବାର ଓ ପିଣ୍ଡାମାଳ ଗ୍ରାମରେ ବିବାହ ସ୍ଥିର ହୋଇଥିବା ଯୁବକଙ୍କ ପରିବାର ଲୋକେ ନିଜ ନିଜ ଗ୍ରାମର ଗ୍ରାମବାସୀଙ୍କ ସହ ମିଶି ଆଜି ନାଳପଦର ଗାଁର ପ୍ରେମିକ ବିଜ ତାଡ଼ିଙ୍ଗିଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଝିଅ ସଂପର୍କରେ ପ୍ରେମିକର ବାପା ବାସୁ ତାଡ଼ିଙ୍ଗିଙ୍କୁ ପଚାରିବାରୁ ତାଙ୍କ ଝିଅ ଏଠାରେ ନଥିବା ସେ କହିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ଆରମ୍ଭ ହୋଇଥିଲା । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୁ ନେଇ ନାଳପଦର ଗାଁର ୭ ଆହତ ହୋଇଥିବା ଜଣାପଡିଛି । ଆହତମାନେ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିି କରାଯାଇଛି । ଏନେଇ ପ୍ରେମିକର ବାପା ବାସୁ ତାଡ଼ିଙ୍ଗି ମଙ୍ଗଳବାର ରାତିରେ ନାରାୟଣପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବର୍ତ୍ତର୍ମାନ ସୁଧା କେହି ଗିରଫ ହୋଇ ନଥିଲା ବେଳେ ତଦନ୍ତ ଚାଲି ଥିବା ନାରାୟଣପାଟଣା ଥାନା ଅଧିକାରୀ ରଘୁନାଥ ମାଝି କହିଛନ୍ତ

Get real time updates directly on you device, subscribe now.