fbpx
BSKY
BJD YOUTH SKY
BJD MS SKY

ବଡ଼ ନିଷ୍ପତ୍ତି: ଜୁଲାଇ ୧୭ ଓ ୧୮ ତାରିଖ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ପ୍ରବଳ ବର୍ଷା କାରଣରୁ ଗତ କିଛିଦିନ ଧରି ଦେଶର ରାଷ୍ଟ୍ରୀୟ ରାଜଧାନୀ ପାଣି ଘେରରେ ରହିଥିଲା । ଭୀଷଣ ବର୍ଷା ଲାଗି ରହିବା ଫଳରେ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏହା ମଧ୍ୟରେ ପୁଣି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୧୭ ଓ ୧୮ ତାରିଖରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ବନ୍ଦ ରହିବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ, ବର୍ଷାକୁ ଦୃଷ୍ଟିରେ ରଖି ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । ବନ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଯମୁନା ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସ୍କୁଲମାନଙ୍କରେ ବନ୍ୟା ରିଲିଫ୍ କ୍ୟାମ୍ପ ଅନୁଷ୍ଠିତ ହେବାକୁ ଥିବାରୁ ସେହି ସ୍ଥାନମାନଙ୍କରେ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ବର୍ଷା କାରଣରୁ ପୂର୍ବରୁ ମଧ୍ୟ ଦିଲ୍ଲୀରେ ଗତ ୧୧ ତାରିଖରେ ସ୍କୁଲ ବନ୍ଦ ଘୋଷଣା କରାଯାଇଥିଲା । ତା’ ପୂର୍ବରୁ ୧୦ ତାରିଖ ଦିନ ମଧ୍ୟ ସ୍କୁଲ ବନ୍ଦ ରହିଥିଲା । ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ବିଭାଗୀୟ ଅଫିସରଙ୍କ ରବିବାରିଆ ଛୁଟି ବାତିଲ କରିଦେଇଥିଲେ । ଦୀର୍ଘ ୪୧ ବର୍ଷ ପରେ ଦିଲ୍ଲୀରେ ବର୍ଷା ରେକର୍ଡ ଭାଙ୍ଗିଥିଲା । ଯମୁନା ନଦୀରେ ଜଳସ୍ତର ବୃଦ୍ଧି ରାଜଧାନୀ ବାସୀଙ୍କ ପାଇଁ ଦୁର୍ଦ୍ଦଷା ଆଣିଦେଇଥିଲା ।

Get real time updates directly on you device, subscribe now.