fbpx

ଜୁନ୍ ୯ରେ ହେବ ପ୍ରିଲିମିନାରୀ ପରୀକ୍ଷା: ଜୁନିୟର MVI ଓ ଜୁନିୟର ମାଇନିଂ ଅଫିସର ପରୀକ୍ଷା ତାରିଖ ଘୋଷଣା କଲା OSSC

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩ ଅଧିନରେ ଜୁନିୟର ଏମଭିଆଇ, ଜୁନିୟର ମାଇନିଂ ଅଫିସର ଓ ଟ୍ରେସର ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁନ୍ ମାସ ୬ ତାରିଖ (ରବିବାର) ଦିନ ଏହି ସମସ୍ତ ପଦର ପ୍ରିଲିମ୍ସ ପରୀକ୍ଷା ହେବ । ପ୍ରାର୍ଥୀମାନେ ସକାଳ ୮.୧୫ରେ ରିପୋର୍ଟ କରିବେ । ୮.୪୫ରେ ଗେଟ୍ ବନ୍ଦ କରାଯିବ ଓ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଗତ ବର୍ଷ ଡିସେମ୍ବର ମାସରେ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରଥମେ ୮ ପ୍ରକାର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରବର୍ତ୍ତୀ ସମୟରେ କିଛି ପଦକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଡିସେମ୍ବର ୨୦ରୁ ଜାନୁଆରୀ ୧୯ ମଧ୍ୟରେ ଅନଲାଇନ୍ ପଞ୍ଜିକରଣ ପାଇଁ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଉକ୍ତ ଅବଧିକୁ ବୃଦ୍ଧି କରାଯାଇଥିଲା । ତେବେ ଜୁନ ୯ରେ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଜୁନ୍ ୩ ପରଠାରୁ ସେମାନଙ୍କର ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ଏହି ନିଯୁକ୍ତିର ଅନ୍ୟ ସମସ୍ତ ସର୍ତ୍ତାବଳୀ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି ।

OSSC

Get real time updates directly on you device, subscribe now.