fbpx

ଜୁନିୟର NTRଙ୍କ ଉଦାରତା, ବନ୍ୟା ପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ୧ କୋଟି ଟଙ୍କା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରବଳ ବର୍ଷା ଯୋଗୁ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବନ୍ୟା ଯୋଗୁ ଦୁଇଟି ରାଜ୍ୟରେ ଯାତାୟାତ ଓ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଏମିତିକି ବନ୍ୟା ପ୍ରଭାବିତ ଅଞ୍ଚଳରେ ଡ୍ରୋନ୍ ସାହାଯ୍ୟରେ ଲୋକଙ୍କୁ ମେଡ଼ିକାଲ ସେବା ପ୍ରଦାନ କରାଯାଉଛି । ଦୁଇଟି ରାଜ୍ୟର ସରକାର ବର୍ତ୍ତମାନ ବନ୍ୟା ପୀଡ଼ିତଙ୍କ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ସାଉଥ୍ ସୁପରଷ୍ଟାର ଜୁନିୟର NTR ବନ୍ୟା ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ।

ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ବନ୍ୟା ପୀଡ଼ିତଙ୍କ ପାଇଁ ଜୁନିୟର NTRଙ୍କ ଉଦାରତା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିନେତା ଜଣଙ୍କ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦-୫୦ ଲକ୍ଷ ଟଙ୍କାର ଦାନ କରିଛନ୍ତି । ସେ କହିଛନ୍ତି, ‘ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ପାଇଁ ମୁଁ ଦୁଃଖିତ । ଲୋକମାନେ ଶୀଘ୍ର ଏହି ବିପର୍ଯ୍ୟୟରୁ ମୁକ୍ତି ପାଆନ୍ତୁ ବୋଲି ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।’ କହିରଖୁଛୁ ଜୁନିୟର ଏନଟିଆରଙ୍କ ବ୍ୟତୀତ ‘କଳକି ୨୮୯୮ ଏଡି’ ନିର୍ମାତାମାନେ ମଧ୍ୟ ବନ୍ୟ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ପ୍ରଡକ୍ସନ ଟିମ୍ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିବା ପାଇଁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.