fbpx

ଜାରି ହେଲା ଫାଇନାଲ Answer Key: ଜୁନିୟର ଟାଇପିଷ୍ଟ, ଷ୍ଟେନୋ, ଜୁନିୟର କ୍ଲର୍କ, DEO ପ୍ରିଲିମିନାରୀ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ୍ ଚେକ୍ କରନ୍ତୁ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୧୦ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ ଆଣ୍ଡ ଟାଇପିଷ୍ଟ, ଟାଇପିଷ୍ଟ ଆଣ୍ଡ କପିଇଷ୍ଟ, ଜୁନିୟର ଗ୍ରେଡ ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଆଦି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିପାଇଁ ନଭେମ୍ବର ମାସ ୧୮ ତାରିଖରୁ ଡିସେମ୍ବର ମାସ ୧୭ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା ।

ଉପରୋକ୍ତ ସମସ୍ତ ପଦର ପ୍ରିଲିମିନାରୀ ପରୀକ୍ଷାର ଆନସର କି ନିକଟରେ ଜାରି କରାଯାଇଥିବା ବେଳେ ସେ ବାବଦରେ ଗତ ୧୫ରୁ ୧୮ ତାରିଖ ମଧ୍ୟରେ ପ୍ରାର୍ଥୀଙ୍କ ଠାରୁ ଅଭିଯୋଗ ଗ୍ରହଣ କରାଯାଇଥିଲା । ତେବେ ଏହା ମଧ୍ୟରେ ଓଏସଏସସି ପକ୍ଷରୁ ଫାଇନାଲ ଆନସର କି ଜାରି କରାଯାଇଛି । ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ମାର୍ଚ୍ଚ ୨ ତାରିଖ ଭିତରେ ତାହାକୁ ଦେଖି ପାରିବେ । ଏଥିସହିତ ନିୟମିତ ବ୍ୟବଧାନରେ ୱେବସାଇଟ୍ ଚେକ୍ କରିବାକୁ ପ୍ରାର୍ଥୀଙ୍କୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଓଏମଆର ଉତ୍ତର ଶିଟରେ ଏହି ସମସ୍ତ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରତି ଭୁଲ୍ ଉତ୍ତର ପାଇଁ ୦.୨୫ ମାର୍କ ମାଇନସ୍ କରାଯାଇଥିଲା । ଏହି ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଥିଲା । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦୨୩ ମସିହା ଜାନୁଆରୀ ମାସ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ ରୁ ୩୮ ବର୍ଷ ମଧ୍ୟରେ ରହିଥିଲା । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା । ଯୋଗ୍ୟ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.