fbpx

ମାତ୍ର ୨୨୫ ଟଙ୍କା କରନ୍ତୁ ରିଚାର୍ଜ: ସାରା ଜୀବନ ଅକ୍ଟିଭ୍ ରହିବ ସିମ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଯଦି ଆପଣଙ୍ତକ ସ୍ମାର୍ଟଫୋନର ବୈଧତା ଶେଷ ହୋଇଯାଏ, ତେବେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅଧିକାଂଶ ଲୋକଙ୍କର ମନେ ବି ରହିନଥାଏ କି ସେମାନଙ୍କର ପ୍ଲାନ ଭାଲିଡିଟ ଶେଷ ହୋଇଛି ଓ ପୁନର୍ବାରେ ରିଚାର୍ଜ କରିବାକୁ ପଡିବ । ଏଭଳି ପରିସ୍ଥିତିରେ ଆପଣ ସମସ୍ୟାରେ ପଡ଼ିପାରନ୍ତି । ଲୋକମାନେ ଏପରି ପ୍ଲାନ୍ ଚାହାଁନ୍ତି କି, ଯେଉଁଥିରେ ଲାଇଫଟାଇମ୍ ଭାଲିଡିଟି ମିଳିବ ଓ ବାରମ୍ବାର ରିଚାର୍ଜ କରିବାକୁ ପଡିବ ନାହିଁ । ଯଦି ଆପଣ ବି ଏପରି କିଛି ଭାବୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ମାର୍କେଟରେ ଉପଲବ୍ଧ ସବୁଠାରୁ ଶସ୍ତା ଲାଇଫଲାଇମ ଭାଲିଡିଟି ପ୍ଲାନ୍ ବିଷୟରେ କହିବାକୁ ଯାଉଛି, ଯାହାକୁ ଶୁଣି ଆପଣଙ୍କୁ ଝଟକା ଲାଗିବା ସହ ବହୁତ ଖୁସି ମଧ୍ୟ ଲାଗିବ । ତେବେ ଆସନ୍ତୁ ଜାଣିବା ଏହି ଅଫର କେଉଁ କମ୍ପାନୀ ଦେଉଛି…

ଆମେ ଯେଉଁ ପ୍ଲାନ୍ ବିଷୟରେ କହୁଛୁ ତାହାକୁ ଏମଟିଏନଏଲ ପ୍ରଦାନ କରାଯାଇଛି । ଏହି ପ୍ଲାନରେ ଆପଣଙ୍କୁ ୨୨୫ ଟଙ୍କା ରିଚାର୍ଜ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଲାଇଫଟାଇମର ଏକ ଭାଲିଡିଟି ଅଫର ପ୍ରଦାନ କରାଯାଏ ଓ ଆପଣଙ୍କୁ ସିମ୍ ବନ୍ଦ ହେବାର କୌଣସି ଚିନ୍ତା କରିବାକୁ ପଡିବ ନାହିଁ । ଯଦି ଆପଣଙ୍କୁ ଏହି ପ୍ଲାନ୍ ପସନ୍ଦ ଆସେ, ତେବେ ଆପଣ ଏହାକୁ ଆକ୍ଟିଭ ମଧ୍ୟ କରିପାରିବେ ।

ଏହି ପ୍ଲାନର ମୂଲ୍ୟ ହେଉଛି ୨୨୫ ଟଙ୍କା । ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ୧୦୦ ମିନିଟର କଲିଂ ମିନିଟ୍ ଅଫର ଦିଆଯାଇଛି । କେବଳ ଏତିକି ନୁହେଁ ଏହି ପ୍ଲାନରେ ଗ୍ରାହକଙ୍କୁ ଭଏସ୍ କଲିଂ ପାଇଁ ପ୍ରତି ସେକେଣ୍ଡରେ ୦.୦୨ ପଇସା ଚାର୍ଜ କରାଯାଏ । ସବୁଠୁ ବଡ ଲାଭ ହେଉଛି ଏହି ଯୋଜନାରେ ଗ୍ରାହକଙ୍କୁ ଲାଇଫଟାଇମ ଭାଲିଡିଟି ପ୍ରଦାନ କରାଯାଉଛି, ଯେଉଁଥି ପାଇଁ ଆପଣଙ୍କୁ ଟେନସନ ନେବାକୁ ପଡିବ ନାହିଁ ।

Get real time updates directly on you device, subscribe now.