fbpx

ସମାଜର ସର୍ବନିମ୍ନସ୍ତରରେ ଥିବା ଲୋକମାନଙ୍କୁ ନ୍ୟାୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Advertisement

କଟକ: ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ବିଳମ୍ବିତ ନ୍ୟାୟ ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି। ଏଥିପାଇଁ ନିର୍ଦ୍ଦୋଷଙ୍କୁ ମଧ୍ୟ ଜେଲ୍‍ରେ ବହୁ ସମୟ ବିତାଇବାକୁ ପଡୁଛି। ଏହି ଅବସରରେ ରାଷ୍ଟ୍ରପତି ନିୟମିତ ଓ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସାମାଜିକ ଓ ଆର୍ଥିକ ଅନଗ୍ରସରଙ୍କୁ ନ୍ୟାୟ ପ୍ରଦାନ ଉପରେ ପ୍ରାଥମିକତା ଦେବା ନେଇ ରାଷ୍ଟ୍ରପତି ମତପ୍ରକାଶ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ହାଇକୋର୍ଟରେ ନ୍ୟାୟ ପ୍ରଦାନ ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଛି; ଯାହା ପ୍ରଶଂସନୀୟ।

ଏହି ଅବସରରେ ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ମନେପକାଇବା ସହ କାରଗିଲ ବିଜୟ ଦିବସ ଅବସରରେ ସହୀଦ ବୀର ଯବାନ୍‍ ମାନଙ୍କର ବଳିଦାନକୁ ସ୍ମରଣ କରି ସେମାନଙ୍କ ପ୍ରତି କୃତଜ୍ଞତା ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ. ମୁରଲୀଧର, ବାର ଆସୋସିଏସନର ସଭାପତି ଧରଣୀଧର ନାୟକ, ଆଡଭୋକେଟ୍‍ ଜେନେରାଲ ଅଶୋକ ପରିଜା ଓ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ତେବେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ଦେଖା ଦେବାରୁ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ରାଷ୍ଟ୍ରପତି କଟକ ଗସ୍ତରେ ଥିବା ବେଳେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଥିଲା। ତେବେ ଏହା ମଧ୍ୟରେ କଟକର ଇଣ୍ଡୋର ଷ୍ଟାଡିୟମରେ ପହଂଚିଥିଲେ ରାଷ୍ଟ୍ରପତି। କିନ୍ତୁ ଏଠାରେ ତାଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଉଚିତ ବ୍ୟବସ୍ଥା କରାଯାଇ ନଥିଲା। ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କ କଟକ ଗସ୍ତ ସମୟରେ ସେ ଇଣ୍ଡୋର ଷ୍ଟାଡିୟମ ବୁଲି ଦେଖିଥିଲେ।

ଷ୍ଟାଡିୟମରେ ସେ ଭାଷଣ ଦେବା ବେଳେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଇଣ୍ଡୋର ଷ୍ଟାଡିୟମର ଛାତ ନଷ୍ଟ ହୋଇ ଯାଇଥିବା ବେଳେ ଏହାକୁ ଏଜ ଜରିପାଲ ଦ୍ୱାରା ଢାଙ୍କି ଦିଆଯାଇଛି । ଏହି ଜରିପାଲ ଘେରା ହୋଇଥିବା ଭଙ୍ଗା ଛାତ ତଳେ ମହାମହିମ ରାଷ୍ଟ୍ରପତି ନିଜ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ଅନେକ ଦିନରୁ ଏହି ଛାତ ନଷ୍ଟ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ସଜଡା ଯାଇ ପାରଲାନାହିଁ । ଏପରିକି ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମଧ୍ୟ ଏହା ଦରଭଙ୍ଗା ଅବସ୍ଥାରେ ରହିଛି । ତେଣୁ ଏହାକୁ ଘୋଡ଼ାଇବା ପାଇଁ ଏକ ଜରି ପାଲ ଦ୍ୱାରା ଏହାକୁ ଢାଙ୍କି ଦିଆଯାଇଛି । ଏହାକୁ ନେଇ ଏବେ ବୁଦ୍ଧିଜୀବୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

 

Get real time updates directly on you device, subscribe now.