fbpx

କରୋନା ଫ୍ୟାଶନ୍: ମାସ୍କ ଉପରେ ମହିଳା ପିନ୍ଧିଛନ୍ତି ଗହଣା, ଭାଇରାଲ୍ ହେଉଛି ଫଟୋ

ନୂଆଦିଲ୍ଲୀ,୭ା୫ (ଓଡିଶା ଭାସ୍କର) : କରୋନା ମହାମାରୀ କାରଣରୁ ସବୁ ପ୍ରକାର ପୂଜା ପର୍ବ ଉପରେ ରୋକ୍ ଲଗାଯାଇଛି । ସଂକ୍ରମଣ ଭୟରେ ଲୋକ ମାନଙ୍କୁ ଏକାଠି ହେବାକୁ ଦିଆଯାଉନାହିଁ । ଏପରିକି ସଂକ୍ରମଣ ବୃଦ୍ଧି ପାଉଥିବାରୁ ସବୁଆଡେ ଲକଡାଉନ୍ ଏବଂ ସଟଡାଉନ୍ ଘୋଷଣା କରାଯାଇଛି । ତେଣୁ ଲୋକ ମାନେ ମଧ୍ୟ ଘରେ ବନ୍ଦ ହୋଇଛନ୍ତି । ଏହି ସମୟରେ ବାହାଘର, ପାର୍ଟି ଆଦି ଉତ୍ସବ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।

 

ତେବେ ଯଦି ବାହାଘର କଥା କହିବା ତେବେ କରୋନା ସଙ୍କଟକୁ ଆଖି ଆଗରେ ରଖି ରାଜ୍ୟ ମାନଙ୍କରେ ଗାଇଡଲାଇନ୍ ଜାରି କରାଯାଇଛି । ସେହି ଅନୁସାରେ ବାହାଘର ରେ କେବଳ ୫୦ଜଣ ଉପସ୍ଥିତ ରହିପାରିବେ । ଆଉ ସବୁଠାରୁ ଜରୁରୀ କାମ ହେଉଛି ବାହାରକୁ ଗଲା ମାତ୍ରେ ମାସ୍କ ବାଧ୍ୟତାମୁଳକ କରାଯାଇଛି । ଏମିତି ମାସ୍କ ନ ପିନ୍ଧିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ମଧ୍ୟ ପଡୁଛି । ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ମହିଳା ରହିଛନ୍ତି ଏବଂ ସେ କରୋନା କାରଣରୁ ମାସ୍କ ପିନ୍ଧିଛନ୍ତି । ଆଉ ସେହି ମାସ୍କ ଉପରେ ଗହଣା ପିନ୍ଧିଛନ୍ତି । ଯେମିତି କି ତାଙ୍କ ଗହଣା ସମସ୍ତଙ୍କୁ ଦେଖାଯିବ । ବୋଧ ହୁଏ ତାଙ୍କ ଅନୁଯାୟୀ ମାସ୍କ ପିନ୍ଧିଲେ କଣ ହେଲା, ଗହଣା ଦେଖାଇବାର ଏହାବି ଏକ ବାଟ ହୋଇପାରେ ।

ତେବେ ଏହି ଫଟୋକୁ ଟୁଇଟରରେ ଜଣେ ଆଇପିଏସ୍ ଅଧିକାରୀ ଅପଲୋଡ କର୍ରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି । ସେ ସେଥିରେ କ୍ୟାପସନ୍ ରେ ଲେଖିଛନ୍ତି ଯେ, “ଗହଣା ଜୁଗାଡ, ସୁପର୍ ଅଲ୍ଟ୍ରା ପ୍ରୋ ମାକ୍ସ” । ଉକ୍ତ ମହିଳାଙ୍କ ଫଟୋ କୁ ଦେଖିଲେ ଲାଗୁଛି ସେ ଯେପରି କେଉଁ ବାହାଘରକୁ ଯାଇଛନ୍ତି । ଆଉ ଖୁବ୍ ସଜାବାଜ ହୋଇଛନ୍ତି ।

Get real time updates directly on you device, subscribe now.