fbpx

(video)ପ୍ରାଣପ୍ରତିଷ୍ଠା ପୂର୍ବରୁ ରିଲିଜ୍ ହେଲା କୈଳାସ ଖେରଙ୍କ ଭଜନ ‘ରାମ କା ଧାମ’, ରାମ ଭକ୍ତଙ୍କ ହୃଦୟ ତନ୍ତ୍ରୀରେ ଭରିଦେବ ଅପୂର୍ବ ଆବେଗ

ନୂଆଦିଲ୍ଲୀ: କୈଳାସ ଖେର ରାମଭକ୍ତଙ୍କ ହୃଦୟରେ ଭକ୍ତି ସଞ୍ଚାର କରିବାକୁ ଓ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରତି ସମସ୍ତଙ୍କ ମନରେ ଉତ୍ସାହ ଭରି ଦେବାକୁ ମନମୋହକ ଗୀତ ‘ରାମ କା ଧାମ’ ରିଲିଜ୍ କରିଛନ୍ତି । ଏହି ଗୀତରେ କରସେବା ଠାରୁ ଆରମ୍ଭ କରି ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ପୁରା କାହାଣୀ ରହିଛି ।

ଆଜି ଠାରୁ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ସର୍ବପ୍ରଥମେ ପ୍ରାୟଶ୍ଚିତ ପୂଜା ହେବ । ପ୍ରାୟଶ୍ଚିତ ପୂଜା ସେହି ବିଧି ହୋଇଥାଏ ଯେଉଁଥିରେ ଶାରୀରିକ, ଆନ୍ତରିକ, ମାନସିକ ଓ ବାହ୍ୟ ଏହି ୩ ତରିକାରେ ପ୍ରାୟଶ୍ଚିତ କରାଯାଏ । ଆଜି ଆଚାର୍ଯ୍ୟଙ୍କ ଦ୍ୱାରା କର୍ମକୁଟି ପୂଜା ବି କରାଯିବ । ଏହାପରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ବିଧିବଦ୍ଧ ଭାବରେ ଆରମ୍ଭ କରାଯିବ । ୨୨ ଜାନୁୟାରୀରେ ଅଭିଜିତ ମୁହୂର୍ତ୍ତରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏଭଳି ଏକ ସମୟରେ ପୁରା ଦେଶ ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ତଲ୍ଲୀନ ହୋଇଯାଇଛି । ଏହି କ୍ରମରେ ରାମ ଭକ୍ତଙ୍କ ହୃଦୟରେ ଉତ୍ସାହକୁ ଦ୍ୱିଗୁଣିତ କରିବା ଲାଗି କୈଳାସ ଖେରଙ୍କ ଏକ ମନମୋହକ ଗୀତ ‘ରାମ କା ଧାମ’ ଆଜି ରିଲିଜ୍ ହୋଇଛି ।

ଅନୁ ମଲ୍ଲିକଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ କୈଳାସ ଖେରଙ୍କ ମଧୁର କଣ୍ଠସ୍ୱରରେ ଏହି ଗୀତ କେବଳ ଏକ କଳାତ୍ମକ ରଚନା ନୁହେଁ ବରଂ ଭକ୍ତିର ସାଗର ବି ଅଟେ । ବିଜେପି ପକ୍ଷରୁ ଏହାର ସୋସିଆଲ ମିଡିଆ ହ୍ୟାଷଣ୍ଡଲ ଏକ୍ସରେ ଏହି ଗୀତର ଭିଡିଓ ସେୟାର କରାଯାଇଛି ଓ କ୍ୟାପସନରେ ଲେଖାଯାଇଛି, ‘ବୋଲୋ ଜୟ ଶ୍ରୀରାମ..ମର୍ଯ୍ୟାଦା କି ମୂରତ ରାମ, ପୂର୍ଣ୍ଣ ପୁରୁଷ କି ସୁରତ ରାମ’ ।

Get real time updates directly on you device, subscribe now.