fbpx

ଜମିଜମା ବିବାଦରୁ ରକ୍ତାକ୍ତ ସଂଘର୍ଷ : କକାର କଟୁରୀ ଚୋଟରେ ପୁତୁରା ଗୁରୁତର

କରଞ୍ଜିଆ (ଭାସ୍କର ନ୍ୟୁଜ୍‌) : ଜମିଜମା ବିବାଦକୁ ନେଇ କକାର କଟୁରୀ ଚୋଟରେ ପୁତୁରା ଗୁରୁତର ହୋଇଥିବା ପରି ଏକ ଘଟଣା ଗତକାଲି କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ ଅନ୍ତର୍ଗତ କିଆ ଠାରେ ଦେଖିବାକୁ ମିଳିଛି । ଘଟଣା ମୁତାବକ ସମ୍ପର୍କୀୟ କାକା ସୁରେନ୍ଦ୍ର ନାଥ ମହାନ୍ତ(୬୦) ଓ ପୁତୁରା ଅକ୍ଷୟ ମହାନ୍ତ(୫୫)ଙ୍କ ମଧ୍ୟରେ ଜମିଜମା ସଂପର୍କିତ ବଚସା ହୋଇଥିଲା । ଏହା ବଢ଼ି ହାତାହାତି ଓ ପରେ କାକା ସୁରେନ୍ଦ୍ର ଘର ଭିତରୁ ଏକ ଲୁହା କଟୁରୀ ଆଣି ପୁତୁରା ଅକ୍ଷୟଙ୍କ ମୁଣ୍ଡ, ମୁହଁ କାନ୍ଧ ଓ ହାତ ପାପୁଲିକୁ ହାଣି ପକାଇଥିଲା । ଏ ବିଷୟରେ ପୁତୁରା ଅକ୍ଷୟଙ୍କ ପୁଅ ଭବାନୀ ଶଙ୍କର ମହାନ୍ତ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି କାକା ସୁରେନ୍ଦ୍ରକୁ ଥାନାକୁ ଆଣି ଅଟକ ରଖି କେଶ୍‌ ନମ୍ବର ୫୨/୨୨ ରୁଜୁ କରି ତଦନ୍ତ କରୁଛି ବୋଲି କରଞ୍ଜିଆ ଥାନା ଆଇଆଇସି ରଞ୍ଜନ କୁମାର ସେଠୀ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ଅକ୍ଷୟ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.