Breaking: କାଳବୈଶାଖୀ ନେଲା ଜୀବନ, ବଜ୍ରାଘାତରେ ଦଶମ ଛାତ୍ରଙ୍କ ମୃତ୍ୟୁ

କାଳବୈଶାଖୀ ବର୍ଷାରେ ବଜ୍ରପାତ ଯୋଗୁଁ ଚାଲିଯାଇଛି ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ। ସ୍କୁଲରୁ ଫେରିବା ବାଟରେ ବଜ୍ରପାତରେ ଶିକାର ହୋଇଥିଲେ।

ଦିଗପହଣ୍ଡି: କାଳବୈଶାଖୀ ବର୍ଷାରେ ବଜ୍ରପାତ ଯୋଗୁଁ ଚାଲିଯାଇଛି ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ। ସକାଳୁ ସକାଳୁ ସ୍କୁଲ ଯାଇଥିଲେ। ହେଲେ ସ୍କୁଲରୁ ଫେରିବା ବେଳେ ବର୍ଷା ସହ ଘଢ଼ଘଡ଼ି ହୋଇଥିଲା। ଆଉ ସେହି ରାସ୍ତା ଉପରେ ନାବାଳକ ଜଣକ ବଜ୍ରାଘାତର ଶିକାର ହୋଇଥିଲେ।

ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଜ୍ରାଘାତ ହୋଇଛି ଦିଗପହଣ୍ଡିଠାରେ। ବମକେଇ-କୁମରଡ଼ା ରାସ୍ତାରେ ଛାତ୍ର ଜଣକ ବଜ୍ରପାତରେ ଶିକାର ହୋଇଛନ୍ତି। ନାରାୟଣପାଟଣା ଗାଁର ୧୦ମ ଶ୍ରେଣୀରେ ପଢୁଥିଲେ ଛାତ୍ର ଜଣକ।

ଯଦି ଦେଖିବା ଏବେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଛି। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ ପବନ ମଧ୍ୟ ହେଉଛି। ଆଉ ଏହି କାଳବୈଶାଖୀ ବର୍ଷା ଡଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ ଜୀବନ ନେଇଯାଇଛି। ସ୍କୁଲରୁ ଫେରିବା ବାଟରେ ବଜ୍ରପାତରେ ଶିକାର ହୋଇଛନ୍ତି।