fbpx

କାଳୀଚରଣ ମହାରାଜା ଗିରଫ, ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ସନ୍ଥ କାଳୀଚରଣ ମହାରାଜା ମଧ୍ୟପ୍ରଦେଶର ଖଜୁରାହୋରୁ ଗିରଫ ହୋଇଛନ୍ତି । ଛତିଶଗଡ଼ ପୋଲିସ୍ କାଳୀଚରଣଙ୍କୁ ଗିରଫ କରିଛନ୍ତି । ବିବାଦୀୟ ଭାଷଣ ଦେଇଥିବାରୁ ତାଙ୍କ ନାମରେ ଅନେକ ଜାଗାରେ ମାମଲା ରୁଜୁ କରାଯାଇଥିଲା । କାଳୀଚରଣଙ୍କୁ ରାୟପୁର ପୋଲିସ୍ ଖଜୁରାହୋର ଏକ ହୋଟେଲରୁ ସକା ୪ଟା ୩୦ ମିନିଟ୍ ରେ ଗିରଫ କରିଛି ।

ସୂଚନା ଯେ, କାଳୀଚରଣକୁ ଗିରଫ କରିବା ପାଇଁ ପୋଲିସ୍ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲା । ଏହି କ୍ରମରେ ଅନେକ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଇଛି । ଏହାରି ଭିତରେ ବିଶେଷ ସୂଚନା ଆଧାରରେ କାଳୀଚରଣ ମହାରାଜା ଖଜୁରାହୋର ଏକ ହୋଟେଲରେ ଥିବା ଖବର ମିଳିଥିଲା ଓ ସେ ନିଜର ମୋବାଇଲ ବନ୍ଦ କରି ରଖିଥିଲେ । ଏହାପରେ ରାୟପୁର ପୋଲିସ୍ ସୂଚନା ଆଧାରରେ ହୋଟେଲ ଉପରେ ଚଢ଼ାଉ କରି ତାଙ୍କୁ ସେଠାରୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ ଯେ, ଛତିଶଗଡ଼ର ରାଜଧାନୀ ରାୟପୁର ଠାରେ ଏକ ସଂଗଠନ ଦ୍ୱାରା ଆୟୋଜିତ ହୋଇଥିବା ଧର୍ମ ସଂସଦରେ କାଳୀଚରଣ ମହାରାଜା ଗାନ୍ଧୀଙ୍କ ଉପରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ଓ ନାଥିରାଗ ଗଡ଼ସେଙ୍କୁ ଠିକ୍ ବୋଲି ଦର୍ଶାଇଥିଲେ । ଏହାପରେ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ତାଙ୍କ ନାମରେ ଅଭିଯୋଗ କରାଯାଇଥିଲା ।

Get real time updates directly on you device, subscribe now.