BREAKING: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା, ହସ୍ପିଟାଲରେ ପ୍ରାଣ ହାରିଲେ ଯାତ୍ରୀ

କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନଚ୍ୟୁତ। ସମସ୍ତ ବଗି ଏସି କୋଚ୍ ବୋଲି ସୂଚନା। ଆହତଙ୍କୁ ଏସସିବି ସ୍ଥାନାନ୍ତର। ମୃତାହତ ନେଇ ମିଳିଲା ସୂଚନା।

ଚୌଦ୍ୱାର: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା। ସାମ୍ନାକୁ ଆସିଲା ମୃତାହତଙ୍କ ସୂଚନା। କାମାକ୍ଷା ଏକ୍ସପ୍ରେସ ନେଲା ଯାତ୍ରୀଙ୍କ ଜୀବନ। ବର୍ତ୍ତମାନ ସୁଦ୍ଧା ଜଣେ ଯାତ୍ରୀଙଅକ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଏସସିବି କର୍ତ୍ତୃପକ୍ଷ।

ଆଉ ୨ ଜଣ ଆହତଙ୍କୁ ଏସସିବିରେ ଚିକିତ୍ସା କରାଯାଉଛି। ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ପ୍ରାଥମିକତା ଦିଆଯାଉଛି। ଦିନ ପ୍ରାୟ ୧୧ ଟା ୫୪ ମିନିଟରେ କାମାକ୍ଷା ଏକ୍ସପ୍ରେସ ଚୌଦ୍ୱାର ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହୋଇଛି।

୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଆଉ ସମସ୍ତ ୧୧ଟି ବଗି ଏସି କୋଚ୍ ସୂଚନା ମିଳିଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ପୂର୍ବତଟ ରେଳପଥ ପ୍ରବନ୍ଧକ, ଖୋର୍ଦ୍ଧା DRM ମଧ୍ୟ ଉପସ୍ଥିତ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଲଓ୍ୱେ ସିପିଆରଓ।