fbpx

ଆଇନଜୀବୀଙ୍କୁ ଆକ୍ରମଣ: କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ରହିବ । ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯିବ । ସହରର ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ୫୩ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି ।

ଆଜିର ବନ୍ଦକୁ ସଫଳ କରିବା ପାଇଁ ବଣିକ ସଂଘ, ବଜାର କମିଟି ଓ ବସ ଆସୋସିଏସନ ବ୍ୟତୀତ ଅନ୍ୟ ସଂଗଠନକୁ ଓକିଲ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ବନ୍ଦ ପାଳନ କାରଣରୁ ଆଜି ଯାତାୟତ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗତ ସେପ୍ଟେମ୍ବର ମାସ ୨୮ ତାରିଖରେ ଜଣେ ଆଇନଜୀବୀ ଭୁବନ କୋର୍ଟର କିଛି କର୍ମଚାରୀଙ୍କ ସହିତ କାମାକ୍ଷାନଗରର ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ କିଛି ଅସାମାଜିକ ବ୍ୟକ୍ତି ମାଡ଼ ମାରିଥିଲେ । ଏଥିରେ ଉକ୍ତ ଆଇନଜୀବୀ ଗୁରୁତର ହୋଇଥିବା ବେଳେ ଏବେ ସେ ଚିକିତ୍ସିତ ହେଉଛନ୍ତି । ତେବେ ଏହା ମଧ୍ୟରେ ଦୁଇ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ହେଁ ପୋଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବାରୁ ଏହାକୁ ବିରୋଧ କରି ବନ୍ଦ କରାଯାଇଛି ।

 

Get real time updates directly on you device, subscribe now.