ରାଜ୍ୟସଭାକୁ ଏଣ୍ଟ୍ରୀ କରିପାରନ୍ତି ଅଭିନେତା କମଲ ହାସନ, ନିର୍ବାଚନରେ ଗୋଟିଏ ସିଟ୍ ଦେଲା DMK
ଦକ୍ଷିଣ ଭାରତର ସୁପରଷ୍ଟାର କମଲ ହାସନ ଖୁବଶୀଘ୍ର କମଲ ହାସନ ରାଜ୍ୟସଭାରେ ଏଣ୍ଟ୍ରୀ କରିପାରନ୍ତି..
ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ ରାଜ୍ୟସଭାରେ ଏଣ୍ଟ୍ରୀ କରିପାରନ୍ତି। ତାମିଲନାଡ଼ୁର ଡିଏମକେ ବୁଧବାର ଦିନ ଏହା ଖୁଲାସା କରିଛି ଯେ, ରାଜ୍ୟସଭାର ଦ୍ୱିବାର୍ଷିକ ନିର୍ବାଚନରେ ୪ ସିଟରେ ନିର୍ବାଚନ ଲଢିବ।
ପାର୍ଟୀ କହିଛି ଯେ, ସେ ଗୋଟିଏ ସିଟ କମଲ ହାସନଙ୍କ ପାର୍ଟୀ ଏମଏନଏମକୁ ଦେଇଛି। ଆଗାମୀ ୧୯ ଜୁନରେ ରାଜ୍ୟସଭା ପାଇଁ ଦ୍ୱିବର୍ଷୀୟ ନିର୍ବାଚନ ହେବାକୁ ଯାଉଛି।
DMK କଲା ୩ ପ୍ରାର୍ଥୀଙ୍କର ନାମ ଘୋଷଣା: ଡିଏମକେ ରାଜ୍ୟସଭା ନିର୍ବାଚନ ପାଇଁ ୩ ପ୍ରାର୍ଥୀଙ୍କର ନାମ ଘୋଷଣା ମଧ୍ୟ କରିଛି। ପାର୍ଟୀ ବରିଷ୍ଠ ଅଧିବକ୍ତା ପି ବିଲ୍ସନଙ୍କୁ ପୁଣିଥରେ ନାମାଙ୍କିତ କରିଛି।
ଏହା ବ୍ୟତୀତ ଡିଏମକେର ଦୁଇ ଅନ୍ୟ ପ୍ରାର୍ଥୀ ହେଉଛନ୍ତି, ସାଲେମର ପାର୍ଟୀ ନେତା ଏସଆର ଶିବଲିଙ୍ଗମ ଏବଂ କବି, ଲେଖକ ଏବଂ ପାର୍ଟୀର କର୍ମକର୍ତ୍ତା ରୁକୈୟା ମାଲିକ ଓରଫ କଭିଗ୍ନାର ସଲମା। ତାମିଲନାଡ଼ୁରୁ ଆସିଥିବା ୬ଜଣ ରାଜ୍ୟସଭା ସାଂସଦ ଆଗାମୀ ୨୪ ଜୁଲାଇ ୨୦୨୫ରେ ଅବସର ନେବେ।