fbpx

ମୁଖ୍ୟମନ୍ତ୍ରୀ ପଦରୁ କମଳନାଥଙ୍କ ଇସ୍ତଫା

ଭୋପାଲ, ୨୦ା୩: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ କମଳନାଥ ଇସ୍ତଫା ଦେବା ନେଇ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତିି । କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେବେ । ବହୁମତ ସାବ୍ୟସ୍ତ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଆଜି ଅପରାହ୍ନ ୫ଟା ସୁଦ୍ଧା କମଳନାଥ ଶକ୍ତି ପରୀକ୍ଷା ଦେବାର ଥିଲା ।

ଏହାସହ ସେ ସମ୍ମିଳନୀରେ ମଧ୍ୟପ୍ରଦେଶରେ ବିଜେପିକୁ ୧୫ବର୍ଷ ସମୟ ମିଳିଥିଲା ବୋଲି କହିଛନ୍ତି । ସରକାର ଗଠନ ପରେ ବିଜେପି ଷଡ଼ଯନ୍ତ୍ର ଆରମ୍ଭ କରିଥିଲା । ଆମର ୨୨ବିଧାୟକଙ୍କୁ କର୍ଣ୍ଣାଟକରେ ବନ୍ଧକ ରଖାଯାଇଥିଲା ବୋଲି ସେ କହିଛନ୍ତି । ଲୋକେ ଷଡ଼ଯନ୍ତ୍ରକାରୀଙ୍କୁ କ୍ଷମା କରିବେ ନାହିଁ । ବିଜେପି ଲୋକତନ୍ତ୍ରର ହତ୍ୟା କରିଛି । ବିଜେପି ସରକାରକୁ ଅସ୍ଥିର ପାଇଁ ପ୍ରୟାସ ଚଳାଇଥିଲା । ଆମେ ରାଜ୍ୟକୁ ସୁରକ୍ଷିତ ଓ ଭୟମୁକ୍ତ ଭାବେ ଗଢ଼ିବାକୁ ଚାହୁଁଥିଲୁ । କିନ୍ତୁ ବିଜେପି ଶାସନ ବେଳେ ରାଜ୍ୟରେ ମାଫିଆ ରାଜ ଚାଲିଥିଲା । ରାଜ୍ୟର କୃଷକଙ୍କ ସହିତ ଧୋକା କରିଛି ବିଜେପି ବୋଲି କମଳନାଥ କହିଛନ୍ତିି ।

Get real time updates directly on you device, subscribe now.