fbpx

ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ କମଳନାଥ

Advertisement

ଭୋପାଲ, ୨୦ା୩: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କମଳନାଥ । କିଛି ସମୟତଳେ କମଳନାଥ ଇସ୍ତଫା ଦେବା ନେଇ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିିିଥିଲେ । ବହୁମତ ସାବ୍ୟସ୍ତ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଆଜି ଅପରାହ୍ନ ୫ଟା ସୁଦ୍ଧା କମଳନାଥ ଶକ୍ତି ପରୀକ୍ଷା ଦେବାର ଥିଲା ।

ଏହାସହ ସେ ସମ୍ମିଳନୀରେ ମଧ୍ୟପ୍ରଦେଶରେ ବିଜେପିକୁ ୧୫ବର୍ଷ ସମୟ ମିଳିଥିଲା ବୋଲି କହିଥିଲେ । ସରକାର ଗଠନ ପରେ ବିଜେପି ଷଡ଼ଯନ୍ତ୍ର ଆରମ୍ଭ କରିଥିଲା । ଆମର ୨୨ବିଧାୟକଙ୍କୁ କର୍ଣ୍ଣାଟକରେ ବନ୍ଧକ ରଖାଯାଇଥିଲା ବୋଲି ସେ କହିଥିଲେ ।

Get real time updates directly on you device, subscribe now.